ୱାୟନାଡ ଭୂସ୍ଖଳନକୁ ଭୀଷଣ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା ଦାବି କଲେ ସାଂସଦ ଶଶି ଥରୁର

ନୂଆଦିଲ୍ଲୀ,୧/୮ : ୱାୟନାଡ ଭୂସ୍ଖଳନକୁ ଏକ ଭୀଷଣ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରିବାକୁ ବରିଷ୍ଠ କଂଗ୍ରେସ ସାଂସଦ ଶଶି ଥରୁର ଆଜି ଦାବି କରିଛନ୍ତି। ସଂସଦ ବାହାରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଶ୍ରୀ ଥରୁର କହିଛନ୍ତି ଯେ ସେ ଏହି ପ୍ରସଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପତ୍ର ଲେଖିଛନ୍ତି। ଯଦି ସରକାର ଏହାକୁ ଭୀଷଣ ବିପର୍ଯ୍ୟୟ ଭାବେ ଘୋଷଣା କରନ୍ତି, ତେବେ ସାଂସଦମାନେ ସ୍ଥାନୀୟ ଅଞ୍ଚଳ ଉନ୍ନୟନ ଯୋଜନା ଗାଇଡଲାଇନ୍ ଏମପି ଲାଡ) ଅଧୀନରେ ରିଲିଫ୍ ଓ ଥଇଥାନ କାର୍ଯ୍ୟ ପାଇଁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଯୋଗଦାନ କରିପାରିବେ।

Leave a Reply

Your email address will not be published. Required fields are marked *