ହର ଘର ତ୍ରୀରଙ୍ଗା ଅଭିଯାନରେ ଦେଶ ବାସୀଙ୍କୁ ସାମିଲ ହେବା ପାଇଁ ଗୃହମନ୍ତ୍ରୀଙ୍କ ନିବେଦନ

ନୂଆଦିଲ୍ଲୀ,୩/୮ : ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ । ଅଗଷ୍ଟ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହେବ ‘ହର ଘର ତ୍ରିରଙ୍ଗା’ ଅଭିଯାନ ।ସେହିପରି ସମସ୍ତେ ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରି https://harghartiranga.com ୱେବସାଇଟରେ ନିଜର ସେଲ୍ଫି ଅପଲୋଡ୍ କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ଅମିତ ଶାହ। ଏଥିସହ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରିବାକୁ ଶାହ କହିଛନ୍ତି ।