ପ୍ରସିଦ୍ଧ ଭରତନାଟ୍ୟମ୍ ନୃତ୍ୟଶିଳ୍ପୀ ତଥା ପଦ୍ମବିଭୂଷଣ ପୁରସ୍କାର ପ୍ରାପ୍ତ ୟାମିନୀ କ୍ରୀଷ୍ଣାମୂର୍ତ୍ତିଙ୍କ ପରଲୋକ

ନୂଆଦିଲ୍ଲୀ,୩/୮ : ପ୍ରସିଦ୍ଧ ଭରତନାଟ୍ୟମ୍ ନୃତ୍ୟଶିଳ୍ପୀ ତଥା ପଦ୍ମବିଭୂଷଣ ପୁରସ୍କାର ପ୍ରାପ୍ତ ୟାମିନୀ କ୍ରୀଷ୍ଣାମୂର୍ତ୍ତିଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସ ପାର୍ଟି ସଭାପତି ୱାଇଏସ୍ ଜଗନ ମୋହନ ରେଡ୍ଡୀ ଏକ୍ସପୋଷ୍ଟ ମାଧ୍ୟମରେ ୟାମିନୀ କ୍ରୀଷ୍ଣାମୂର୍ତ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଜଗନ ମୋହନ ରେଡ୍ଡୀ ଏକ୍ସରେ ଲେଖିଛନ୍ତି, “କୁଚିପୁଡି ଏବଂ ଭରତନାଟ୍ୟମ୍ର ପ୍ରସିଦ୍ଧ କଳାକାର ୟାମିନୀ କ୍ରୀଷ୍ଣାମୂର୍ତ୍ତିଙ୍କ ଦେହାନ୍ତ ଖବର ଶୁଣି ମୁଁ ଗଭୀର ଦୁଃଖିତ । ଏହି କଠିନ ସମୟରେ ତାଙ୍କ ପରିବାର ସହିତ ମୋର ସମବେଦନା ଓ ପ୍ରାର୍ଥନା ରହିଛି ।”