କୁସ୍ତିରୁ ଭିନେଶ ଫୋଗଟ୍ ଙ୍କ ଅଲବିଦା

ନୂଆଦିଲ୍ଲୀ, ୮/୮ : କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗଟ୍। ପ୍ୟାରିସ୍ ଅଲିମ୍ପିକ୍ସରୁ ବାଦ୍‌ ପଡିବା ପରେ ସେ ଏଭଳି ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସନ୍ନ୍ୟାସ ନେଇଥିବା ସେ ନିଜ ଏକ୍ସ ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି କୁସ୍ତି ମୋ ବିପକ୍ଷରେ ମ୍ୟାଚ୍ ଜିତିଗଲା , ମୁଁ ହାରିଗଲି। ଏକ୍ସ ମାଧ୍ୟମରେ ସେ ତାଙ୍କ ମା’ଙ୍କୁ କ୍ଷମା ମାଗିଛନ୍ତି। ଏବଂ ଲେଖିଛନ୍ତି କ୍ଷମା କର, ମୁଁ ହାରିଗଲି। ତୁମର ସ୍ୱପ୍ନ, ମୋର ସାହସ ସବୁ ଭାଙ୍ଗି ଯାଇଛି। ମୋର ଏହାଠାରୁ ଅଧିକ ଶକ୍ତି ନାହିଁ। ସାହସ ହରାଇବା ପରେ ଆଉ ମୋର ସାମର୍ଥ୍ୟ ନାହିଁ । ୨୦୦୧-୨୦୨୪ର କୁସ୍ତି କ୍ୟାରିୟରକୁ ସେ ବାଏ ବାଏ କରିଛନ୍ତି।

Leave a Reply

Your email address will not be published. Required fields are marked *