ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ; ବଦଳିଲେ ୨୦ ଜିଲ୍ଲାର ଜିଲ୍ଲାପାଳ

ଭୁବନେଶ୍ୱର, ୮/୮ : ରାଜ୍ୟରେ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ। ବଦଳିଲେ ୨୦ ଜିଲ୍ଲାର ଜିଲ୍ଲାପାଳ। ଯାଜପୁର ଜିଲ୍ଲାପାଳ ଥିବା ନିଖିଲ ପୱନ କଲ୍ୟାଣଙ୍କୁ ବଦଳି କରାଯାଇ ତାଙ୍କୁ ଓଡ଼ିଶାମୃର୍ତ୍ତିକା ସଂରକ୍ଷଣ ଓ ଜଳଛାୟା ବିକାଶ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ତାଙ୍କ ସ୍ଥାନରେ ପି. ଅନ୍ବେଷା ରେଡ୍ଡି ହୋଇଛନ୍ତି ଯାଜପୁର ଜିଲ୍ଲାପାଳ।୨୨ଜଣ ଆଇଏଏସ ଅଫିସର ଓ ୩ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ସେମାନଙ୍କ ମଧ୍ୟରୁ ୧୭ଜଣ ଆଇଏଏସଙ୍କୁ ବିଭିନ୍ନ ଜିଲ୍ଲାପାଳ ଓ ଅନ୍ୟ ୩ଜଣ ବରିଷ୍ଠ ଓଏଏସ୍ ଅଫିସର କବିନ୍ଦ୍ର କୁମାର ସାହୁଙ୍କୁ ଦେବଗଡ଼, ମଧୁସୂଦନ ଦାଶଙ୍କୁ ନୂଆପଡ଼ା ଓ ସୁବ୍ରତ କୁମାର ପଣ୍ଡାଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ବିଳମ୍ବିତ ରାତ୍ରିରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ମୋହନ ସରକାର କ୍ଷମତାକୁ ଆସିବା ପରେ ଜିଲ୍ଲାପାଳସ୍ତରରେ ଏହା ପ୍ରଥମ ବଦଳି ।ସେହିଭଳି ନୟାଗଡ଼ ଜିଲ୍ଲାପାଳ ଥିଲେ ସ୍ବଧା ଦେବ ସିଂଙ୍କର ବଦଳି ହୋଇଛି। ତାଙ୍କୁ ପଂଚାୟତିରାଜ ଓ ପାନୀୟ ଜଳବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଥିବା ବେଳେ ସମ୍ବଲପୁର ଜିଲ୍ଲାପାଳ ଥିବା ଅକ୍ଷୟ ସୁନିଲ ଅଗ୍ରୱାଲଙ୍କୁ ନୟାଗଡ଼ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଏପଟେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଥିବା ଦିଲ୍ଲୀପ ରାଉତରାୟଙ୍କୁ ଭଦ୍ରକ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଡ. ବିଜୟ କେତନ ଉପାଧ୍ୟାୟଙ୍କୁ ଏହି ନୂଆ ଦାୟିତ୍ବ ମିଳିଛି।ବିଜୟ କେତନ କଟକ ବୋର୍ଡ ଅଫ୍ ରେଭିନ୍ୟୁ ବାରାଜସ୍ବ ପର୍ଷଦର ସଚିବ ଥିଲେ। ତାଙ୍କ ସ୍ଥାନରେ ଆଶିଷ ଠାକରେଙ୍କୁ ଏହି ନୂଆ ଦାୟିତ୍ବ ମିଳିଛି। ଆଶିଷ ପୂର୍ବରୁ ବାଲେଶ୍ବର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ।

ସେହିଭଳି ନବରଙ୍ଗପୁର ଜିଲ୍ଲାପାଳ ଥିବା କମଳ ଲୋଚନ ମିଶ୍ର ହୋଇଛନ୍ତି ଓସଡମାର ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ। ସେପଟେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଥିବା ଡା. ଶୁଭଙ୍କର ମହାପାତ୍ରଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି।ସେହିଭଳି ବିଜୟ କୁମାର ଦାଶ ଗଜପତି, ସ୍ମୃତି ରଂଜନ ପ୍ରଧାନ କେନ୍ଦ୍ରାପଡ଼ା, ପାରୁଲ ପତୱାରୀ ରାୟଗଡ଼ା ଅମୃତ ଋତୁରାଜ କନ୍ଧମାଳ, ସିଦ୍ଦେଶ୍ବର ବଳିରାମ ବନ୍ଦର ସମ୍ବଲପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ସେହିଭଳି ଦତ୍ତାତ୍ରୟ ଭାଉସାହେବ ସିନ୍ଦେ କଟକ, ପାୱାର ସଚିନ ପ୍ରକାଶ କଳାହାଣ୍ଡି, ଅକ୍ଷୟ ସୁନିଲ ଅଗ୍ରୱାଲ ନୟାଗଡ଼, ମନୋଜ ସତ୍ୟବାନ ମହାଜନ ସୁନ୍ଦରଗଡ଼, କବୀନ୍ଦ୍ର କୁମାର ସାହୁ ଦେବଗଡ଼, ମଧୁସୂଦନ ଦାଶ ନୂଆପଡ଼ା, ସୁବ୍ରତ କୁମାର ପଣ୍ଡା ବୌଦ୍ଧ ସୂର୍ଯ୍ୟବଂଶୀ ମୟୂର ବିକାଶ ବାଲେଶ୍ବର ଜିଲ୍ଲାପାଳ ହୋଇଛନ୍ତି।ସୋମେଶ କୁମାର ଉପାଧ୍ୟାୟ ଢେଙ୍କାନାଳ, ଆଶିଷ ଇଶ୍ବର ପାଟିଲ ମାଲକାନଗିରି, ସ୍ମୃତି ରଂଜନ ପ୍ରଧାନ କେନ୍ଦ୍ରାପଡ଼ା, ପାରୁଲ ପତୱାରୀ ରାୟଗଡ଼ା, ସିଦ୍ଦେଶ୍ବର ବଳିରାମ ବନ୍ଦର ସମ୍ବଲପୁର, ଶୁଭଙ୍କର ମହାପାତ୍ର ନବରଙ୍ଗପୁର ଏବଂ ହେମକାନ୍ତ ସଏ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି।

ନିର୍ଦ୍ଦେଶକ,ଭାଷା, ସାହିତ୍ୟ ଓ ସଂସ୍କୃତି-ଦିଲ୍ଲୀପ ରାଉତରାଏ ନୂତନ ଦାୟିତ୍ୱ- ଜିଲ୍ଲାପାଳ, ଭଦ୍ରକ

କଟକ ମ୍ୟୁନିସପାଲଟି କମିଶନର- ବିଜୟ କୁମାର ଦାଶ ନୂତନ ଦାୟିତ୍ୱ- ଜିଲ୍ଲାପାଳ, ଗଜପତି

ଗଜପତି ଜିଲ୍ଲାପାଳ- ସ୍ମୃତିରଞ୍ଜନ ପ୍ରଧାନ ନୂତନ ଦାୟିତ୍ୱ- ଜିଲ୍ଲାପାଳ, କେନ୍ଦ୍ରାପଡ଼ା

ଓସେପା ପ୍ରକଳ୍ପ ନିର୍ଦ୍ଦେଶକ-ପାରୁଲ ପଟୱାରୀ ନୂତନ ଦାୟିତ୍ୱ- ଜିଲ୍ଲାପାଳ, ରାୟଗଡ଼ା

ଢେଙ୍କାନାଳ ଜିଲ୍ଲାପାଳ- ଅମ୍ରିତ ଋତୁରାଜ ନୂତନ ଦାୟିତ୍ୱ – ଜିଲ୍ଲାପାଳ, କନ୍ଧମାଳ

ଭଦ୍ରକ ଜିଲ୍ଲାପାଳ- ସିଦ୍ଧେଶ୍ୱର ବଳିରାମ ବୋନ୍ଦର ନୂତନ ଦାୟିତ୍ୱ- ଜିଲ୍ଲାପାଳ, ସମ୍ବଲପୁର

ମୟୂରଭଞ୍ଜ ଜିଲ୍ଲାପାଳ- ଦତ୍ତାତ୍ରେୟ ବି. ସିନ୍ଧେ ନୂତନ ଦାୟିତ୍ୱ- ଜିଲ୍ଲାପାଳ, କଟକ

ନୂଆପଡ଼ା ଜିଲ୍ଲାପାଳ- ହେମକାନ୍ତ ସଏ ନୂତନ ଦାୟିତ୍ୱ- ଜିଲ୍ଲାପାଳ, ମୟୂରଭଞ୍ଜ

କଳାହାଣ୍ଡି ଜିଲ୍ଲାପାଳ- ପି. ଅନ୍ୱେଷା ରେଡ୍ଡୀ ନୂତନ ଦାୟିତ୍ୱ – ଜିଲ୍ଲାପାଳ, ଯାଜପୁର

କନ୍ଧମାଳ ଜିଲ୍ଲାପାଳ- ଆଶୀଷ ଈଶ୍ୱର ପାଟିଲ ନୂତନ ଦାୟିତ୍ୱ – ଜିଲ୍ଲାପାଳ, ମାଲକାନଗିରି

ଦେବଗଡ଼ ଜିଲ୍ଲାପାଳ-ସୋମେଶ କୁମାର ଉପାଧ୍ୟାୟ ନୂତନ ଦାୟିତ୍ୱ – ଜିଲ୍ଲାପାଳ, ଢେଙ୍କାନାଳ

ନିର୍ଦ୍ଦେଶକ,ଗ୍ରାମ୍ୟ ଉନ୍ନୟନ- ଶୁଭଙ୍କର ମହାପାତ୍ର ନୂତନ ଦାୟିତ୍ୱ – ଜିଲ୍ଲାପାଳ, ନବରଙ୍ଗପୁର

କେନ୍ଦ୍ରାପଡ଼ା ଜିଲ୍ଲାପାଳ- ସୂର୍ଯ୍ୟବଂଶୀ ମୟୂର ବିକାଶ ନୂତନ ଦାୟିତ୍ୱ – ଜିଲ୍ଲାପାଳ, ବାଲେଶ୍ୱର

ବୌଦ୍ଧ ଜିଲ୍ଲାପାଳ- ଜେ.ସୋନାଲ ନୂତନ ଦାୟିତ୍ୱ – ଜିଲ୍ଲାପାଳ, ଜଗତସିଂହପୁର

ମାଲକାନଗିରି ଜିଲ୍ଲାପାଳ- ପାୱାର ସଚ୍ଚିନ ପ୍ରକାଶ ନୂତନ ଦାୟିତ୍ୱ – ଜିଲ୍ଲାପାଳ, କଳାହାଣ୍ଡି

ସମ୍ବଲପୁର ଜିଲ୍ଲାପାଳ-ଅକ୍ଷୟ ସୁନୀଲ ଅଗ୍ରୱାଲ ନୂତନ ଦାୟିତ୍ୱ – ଜିଲ୍ଲାପାଳ, ନୟାଗଡ଼

ରାୟଗଡ଼ା ଜିଲ୍ଲାପାଳ- ମନୋଜ ସତ୍ୟାୟନ ମହାଜନ ନୂତନ ଦାୟିତ୍ୱ – ଜିଲ୍ଲାପାଳ, ସୁନ୍ଦରଗଡ଼

କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ,ଓଏମସି-କବିନ୍ଦ୍ର କୁମାର ସାହୁ ନୂତନ ଦାୟିତ୍ୱ- ଜିଲ୍ଲାପାଳ, ଦେବଗଡ଼

ସ୍ୱତନ୍ତ୍ର ସଚିବ,ସଂସ୍କୃତି ବିଭାଗ-ମଧୁସୂଦନ ଦାଶ ନୂତନ ଦାୟିତ୍ୱ- ଜିଲ୍ଲାପାଳ, ନୂଆପଡ଼ା

ସ୍ୱତନ୍ତ୍ର ସଚିବ,ଗ୍ରାମ୍ୟ ଉନ୍ନୟନ-ସୁବ୍ରତ କୁମାର ପଣ୍ଡା ନୂତନ ଦାୟିତ୍ୱ- ଜିଲ୍ଲାପାଳ , ବୌଦ୍ଧ

ବୋର୍ଡ ଅଫ ରେଭନ୍ୟୁ ସଚିବ- ବିଜୟ ଉପାଧ୍ୟାୟ ନୂତନ ଦାୟିତ୍ୱ- ନିର୍ଦ୍ଦେଶକ, ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ

ମୟୂରଭଞ୍ଜ ଜିଲ୍ଲାପାଳ -ଆଶୀଷ ଠାକରେ ନୂତନ ଦାୟିତ୍ୱ- ସଚିବ, ବୋର୍ଡ ଅଫ ରେଭନ୍ୟୁ,କଟକ

ନବରଙ୍ଗପୁର ଜିଲ୍ଲାପାଳ-କମଳଲୋଚନ ମିଶ୍ର ନୂତନ ଦାୟିତ୍ୱ- କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ,ଓସଡମା

ଯାଜପୁର ଜିଲ୍ଲାପାଳ- ନିଖିଳ ପୱନ କଲ୍ୟାଣ ନୂତନ ଦାୟିତ୍ୱ – ନିର୍ଦ୍ଦେଶକ, ରାଜ୍ୟ ମୃତ୍ତିକା ସଂରକ୍ଷଣନୟାଗଡ଼ ଜିଲ୍ଲାପାଳ- ସ୍ୱଧାଦେବ ସିଂ ନୂତନ ଦାୟିତ୍ୱ- ଅତିରିକ୍ତ ସଚିବ,ପଂଚାୟତିରାଜ ବିଭାଗ