ଭୁବନେଶ୍ୱର, ୨୧/୬ : ଆଜି ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ମହାସଚିବ ଶ୍ରୀ ଭୋଳାନାଥ ସିଂ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି। ଆଲୋଚନା ପ୍ରସଙ୍ଗରେ ସେମାନେ କହିଥିଲେ ଯେ ହକି ପାଇଁ ଓଡ଼ିଶାକୁ ବିଶ୍ଵ ରେ ଗୋଟିଏ ଅଲଗା ପରିଚୟ ମିଳିଛି। ଭାରତୀୟ ହକି ଦଳର ବିକାଶ ରେ ଓଡ଼ିଶା ର ପ୍ରଶଂସନୀୟ ଅବଦାନ ରହିଛି ବୋଲି ସେମାନେ କହିଥିଲେ। ଭବିଷ୍ୟତରେ ଓଡ଼ିଶା ସରକାର ଙ୍କ ସହ ମିଶି ହକି କୁ ପରବର୍ତ୍ତୀ ପର୍ଯ୍ୟାୟ କୁ ନେବା ପାଇଁ ମିଳିମିଶି କାମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ସରକାର ଙ୍କ ପକ୍ଷରୁ ୨୦୩୬ ମସିହା ରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ର ଶହେ ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଛି, ସେଥିପାଇଁ ଓଡ଼ିଶା ସରକାରଙ୍କ ହକି ଇଣ୍ଡିଆ କୁ sponsorship ଅବଧି ସମୟକୁ ୨୦୩୩ ରୁ ଆଉ ତିନିବର୍ଷ ପାଇଁ ବୃଦ୍ଧି କରାଯିବ ଏବଂ ହକିର ଉନ୍ନତି ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇଦିଆଯିବ ।ସୂଚନା ଯୋଗ୍ୟ ଯେ, ଓଡ଼ିଶା ସରକାର ୨୦୧୮ ମସିହା ରୁ ଭାରତୀୟ ହକି ଦଳ ର sponsorship ଦାୟିତ୍ଵ ନେଇଛନ୍ତି। ୨୦୨୩ ରୁ ୧୦ ବର୍ଷ ପାଇଁ sponsor କରିବା ପାଇଁ ପୂର୍ବ ସରକାର ଘୋଷଣା କରିଥିଲେ। ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ହକି ପ୍ରତି ଓଡ଼ିଶା ବାସୀଙ୍କ ଭାବାବେଗ କୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତି ନେଇଛନ୍ତି ବୋଲି କହିଥିଲେ। ମୁଖ୍ୟଶାସନ ସଚିବ ଶ୍ରୀ ପି . କେ . ଜେନା, କ୍ରୀଡା ସଚିବ ଶ୍ରୀ ଭିନିଲ କ୍ରିଷ୍ଣା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
Related Posts
ପୁଣି ମନ ଜିଣିଲେ ମନୁ: ସରବଜୋତଙ୍କ ସହ ଜିତିଲେ କାଂସ୍ୟ
- satakhabar
- July 31, 2024
- 0
ପ୍ୟାରିସ୍, ୩୧/୭ : ପ୍ୟାରିସ୍ ଅଲିମ୍ପିକ୍ସ ସୁଟିଂ ରେଞ୍ଜ୍ରେ ମନୁଙ୍କ ମିରାକଲ୍ ଜାରି ରହିଛି। ଐତିହାସିକ ତଥା ପରାକ୍ରମୀ ପ୍ରଦର୍ଶନ ସହ ଭାରତୀୟ କ୍ରୀଡ଼ା ଇତିହାସରେ ସଫଳତା ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି […]
ଅଭିନବ ବିନ୍ଦ୍ରାଙ୍କୁ ଆଇଓସି ଦେବ ‘ଅଲିମ୍ପିକ ଅର୍ଡର’ ସମ୍ମାନ
- satakhabar
- July 23, 2024
- 0
ନୂଆଦିଲ୍ଲୀ,୨୩/୭ : ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରାଙ୍କୁ ଆନ୍ତର୍ଜାତିକ ଅଲିମ୍ପିକ ସମିତି (ଆଇଓସି) ପକ୍ଷରୁ ସର୍ବୋଚ୍ଚ ସମ୍ମାନ ’ଅଲିମ୍ପିକ ଅର୍ଡର’ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ଅଲିମ୍ପିକ୍ସ ଅଭିଯାନ କ୍ଷେତ୍ରରେ ଉଲ୍ଲେଖନୀୟ […]
ଟି-ଟ୍ୱେଣ୍ଟିରୁ ଅବସର ନେଲେ ରୋହିତ ଓ ବିରାଟ
- satakhabar
- June 30, 2024
- 0
ନୂଆଦିଲ୍ଲୀ,୩୦/୬ : ୨୦୨୪ ଟି-୨୦ବିଶ୍ବକପ ଚାମ୍ପିୟନ ହୋଇଛି ଭାରତ। ଏହା କେବଳ ଟିମ୍ ଇଣ୍ଡିଆ ନୁହେଁ, ପୂରା ଭାରତ ପାଇଁ ଆଣି ଦେଇଛି ଖୁସି । ତେବେ ଏହା ସହିତ କ୍ରିକେଟ ପ୍ରେମୀଙ୍କ ପାଇଁ […]