ଉଦିତ୍ ନାରାୟଣ ପ୍ରଧାନ ଓଡିଶା ଛାତ୍ର କଂଗ୍ରେସ ସଭାପତି ଭାବେ ନିଯୁକ୍ତ

ଭୁବନେଶ୍ୱର, ୧୩/୮ : ଛାତ୍ର ସଭାପତି ବାଛିଲା କଂଗ୍ରେସ । ଓଡିଶା ସମେତ ୯ଟି ରାଜ୍ୟ ପାଇଁ ଛାତ୍ର ସଭାପତିଙ୍କ ନାଁ ଘୋଷଣା କରିଛି ଏଆଇସିସି । ଉଦିତ୍ ନାରାୟଣ ପ୍ରଧାନଙ୍କୁ ଓଡିଶା ଛାତ୍ର କଂଗ୍ରେସର ସଭାପତି ଭାବେ ନିଯୁକ୍ତ କରାଯାଇଛି । ଯେଉଁ ପଦରେ ପୂର୍ବରୁ ୟାସିର୍ ନଓ୍ୱାଜ ରହିଥିଲେ । ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଓଡିଶାର ସମସ୍ତ କମିଟିକୁ ଭାଙ୍ଗି ଦେଇଥିଲା ଏଆଇସିସି । ଆଉ ଏହାପରେ ପ୍ରଥମ ଥର ପାଇଁ ଛାତ୍ର କଂଗ୍ରେସ ସଭାପତିଙ୍କ ନାମ ଘୋଷଣା ହେଇଛି ।