ଭୁବନେଶ୍ବର, ୧୬/୮ : ପୋଲିସ ଡିଜି ନିଯୁକ୍ତକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର ବିଜେପି ଉପରେ ବର୍ଷିଛନ୍ତି । ଓଡ଼ିଆ ଅସ୍ମିତାର ଦ୍ବାହି ଦେଇ ଶାସନ ଗାଦିକୁ ଆସିଥିବା ବିଜେପି ଉପରେ ଭାରି ପଡ଼ୁଛି ‘ଓଡ଼ିଆ ଅସ୍ମିତା’ ଶଦ୍ଦ । ବାରମ୍ବାର ବିଜେଡି ଟାର୍ଗେଟ କରୁଛି । ସେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ହେଉ କିମ୍ବା କୌଣସି ସଭା ସମିତିର କିଛି ଚିତ୍ରକୁ ନେଇ । ଟାର୍ଗେଟରେ ବିଜେପି । ଆଜିର ପୋଲିସ ଡିଜି ନିଯୁକ୍ତକୁ ନେଇ ପୁଣି ଥରେ ବିଜେଡି ପ୍ରଶ୍ନ କରିଛି କୁଆଡ଼େ ଗଲା ଓଡ଼ିଆ ଅସ୍ମିତା । ଲେଖାଶ୍ରୀ କହିଛନ୍ତି କି , ବିଜେପି ନିର୍ବାଚନ ସମୟରେ ସବୁବେଳେ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ପୂର୍ବ ସରକାରରେ ଅଣ ଓଡ଼ିଆ ଅଫିସର ଶାସନ ଲୋକଙ୍କୁ କହିଲା । ହେଲେ ଜିତିବା ପରେ ୟୁ ଟର୍ଣ୍ଣ ନେଇଛି ବିଜେପି । ପ୍ରତିଶ୍ରୁତି ପାଳନ କଲେନି । ୪୧ବର୍ଷ ପରେ ଅଣ ଓଡ଼ିଆ ସିଏସ କଲେ । ଅତିରିକ୍ତ ଭାବେ ପଦ ସୃଷ୍ଟି କରି ଶ୍ରୀମନ୍ଦିର ପରି ଚାଳନା କମିଟି କାର୍ଯ୍ୟକାରୀ ଅଧକ୍ଷ ଦାୟିତ୍ୱ ଦେଲେ। ଏହା କଣ ଓଡ଼ିଆ ଅସ୍ମିତା। ଆଜି ଡିଜି ପୋଲିସ ଅଣ ଓଡ଼ିଆ। ଯାହା ବିଜେପି କହେ, ତାହାର ଓଲଟା କରନ୍ତି । ଏହି ଅଫିସରଙ୍କ ଯୋଗ୍ୟତା କି ବ୍ୟକ୍ତିଗତ କଥା କହୁନୁ । ବିଜେପିକୁ ପ୍ରଶ୍ନ, ଯାହା ନିର୍ବାଚନ ସମୟରେ କହିଥିଲ, ତାହାର ଓଲଟା କାହିଁକି କରିଛ । ବିଜେପି ସରକାରରେ ଓଡ଼ିଆ ପୁଅଙ୍କ ସ୍ଥାନ ନାହିଁ । ଓଡ଼ିଆଙ୍କ ପ୍ରତି ପ୍ରତାରଣା, ମିଛ ପ୍ରତିଶ୍ରୁତିରୁ ବିଜେପିର ଦୋମୁହାଁ ନୀତି ପଦାରେ ପଡିଛି । ଓଡ଼ିଆ ଅସ୍ମିତାକୁ ସୁରକ୍ଷା ଦେବାକୁ ସେମାନେ ନାହାନ୍ତି । କ’ଣ କେହି ଯୋଗ୍ୟ ଓଡ଼ିଆ ଅଫିସର ନ ଥିଲେ । କ’ଣ ସିଏମଓ ନିଯୁକ୍ତି ଦେଇଛି ନା ଅଣଓଡ଼ିଆ ପିଏମଓ ଦ୍ୱାରା ବଛା ଯାଇଛି । ଏହାର ଜବାବ ଦିଅନ୍ତୁ । ଓଡ଼ିଆ ଅସ୍ମିତା କୁଆଡେ ଗଲା ? ଲେଖାଶ୍ରୀଙ୍କ ଏହି ବୟାନ ପରେ ପୁଣି ଥରେ ତେଜିଛି ଓଡ଼ିଆ ଅସ୍ମିତାର ରାଜନୀତି । ନିର୍ବାଚନ ପୂର୍ବରୁ ବିଜେପି ଓଡ଼ିଆ ଅସ୍ମିତାର କଥା କହି ଶାସନକୁ ଆସିଛି । ମାତ୍ର ସେ ଏବେ କେଉଁ ଓଡ଼ିଆ ଅସ୍ମିତାର ଟେକ ରଖୁଛି ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ଛିଡ଼ା ହୋଇଛି ।
Related Posts
ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କୁ ଶ୍ରମ ଭିତ୍ତିକ ନିଯୁକ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
- satakhabar
- September 5, 2024
- 0
ଭୁବନେଶ୍ୱର,୫/୯ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି । ସମୀକ୍ଷାରେ ଜଙ୍ଗଲ ଅଞ୍ଚଳରେ ଅବୈଧ ଗଛ କଟା […]
ଧରଣୀଧର ବିଶ୍ବବିଦ୍ୟାଳୟ, କେନ୍ଦୁଝର ଭିତ୍ତିଭୂମି ବିକାଶ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- satakhabar
- August 22, 2024
- 0
ଭୁବନେଶ୍ୱର,୨୨/୮ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସଭା ଭବନଠାରେ ଧରଣୀଧର ବିଶ୍ବବିଦ୍ୟାଳୟ, କେନ୍ଦୁଝରର ଭିତ୍ତିଭୂମି ବିକାଶ, ମାନବ ସମ୍ବଳର ନିଯୁକ୍ତି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିଛନ୍ତି […]
ବିଜେଡି ପାଇଁ ବଢୁଛି ଚିନ୍ତା, ଗାଁକୁ ଗାଁ ବୁଲିବେ ସୁପ୍ରିମୋ
- satakhabar
- November 16, 2024
- 0
ଭୁବନେଶ୍ୱର,୧୬/୧୧ : ବିଜେଡି ପାଇଁ ବଢୁଛି ଚିନ୍ତା । ସଂଗଠନ ସଜାଡ଼ିବାକୁ ଗ୍ରାଉଣ୍ଡକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ । ଏଇ ମାସ ଶେଷରୁ ଗୋଟିଏ ପରେ ଗୋଟିଏ ଜିଲ୍ଲା ବୁଲିବେ ନବୀନ । ପ୍ରସ୍ତୁତ […]