ଜାରି ରହିବ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା

ଭୁବନେଶ୍ବର, ୨୨/୮: ରାଜ୍ୟରେ କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାର ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଜାରି ରଖିବେ। କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ଏହି ସ୍ୱାସ୍ଥ୍ୟ ବୀମା ଯୋଜନାର ନବୀକରଣ ଉପରେ ବିଚାର ଚାଲିଛି। ଅନୁମୋଦନ ମିଳିବା ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ନବୀକରଣ ପ୍ରକ୍ରିୟା ଶେଷ ହେବ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ଏହି ଯୋଜନା ଜାରି ରହିବ ଏବଂ ଖୁବଶୀଘ୍ର ସ୍ୱାସ୍ଥ୍ୟ କାର୍ଡ ନବୀକରଣ ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *