ଜମ୍ମୁ-କାଶ୍ମୀର ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ,୨୬/୮ : ଜମ୍ମୁ-କାଶ୍ମୀରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୪୪ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି। ତାଲିକାରେ ପ୍ରଥମ ପର୍ଯ୍ୟାୟ ପାଇଁ ୧୫ଜଣ ପ୍ରାର୍ଥୀ, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୦ଜଣ ଓ ତୃତୀୟ ପର୍ଯ୍ୟାୟ ପାଇଁ ୧୯ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଜମ୍ମୁ-କାଶ୍ମୀରରେ ତିନୋଟି ପର୍ଯ୍ୟାୟରେ ବିଧାନସଭା ଭୋଟ ଗ୍ରହଣ କରାଯିବ। ବିଜେପି ରାଜପୋରାରୁ ଅର୍ଶିଦ ଭଟ୍ଟ, ସୋପିୟାଁରୁ ଜାଭେଦ ଅହମ୍ମଦ କାଦରୀ, ଅନନ୍ତବାଗ ପଶ୍ଚିମରୁ ମହମ୍ମଦ ରଫିକ ୱାନିଙ୍କୁ ପ୍ରାର୍ଥୀ କରିଛି। ଅନନ୍ତନାଗରୁ ଆଇନଜୀବୀ ସୟଦ ୱାଜାହତ, କିସ୍ତୱାଡାରୁ ଶଗୁନ ପରିହାର ଓ ଡୋଡାରୁ ଗଜୟ ସିଂହ ରାଣା ପ୍ରତିଦ୍ୱନ୍ଦ୍ୱିତା କରିବେ। ରବିବାର ବିଜେପିର କେନ୍ଦ୍ରୀୟ କମିଟି ବୈଠକ ପରେ ଆଜି ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି।