ଭୁବନେଶ୍ବର : ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ମତଦାନ ନିମନ୍ତେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜି (ଶୁକ୍ରବାର) ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ୫ ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୩୫ ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି। ଆସ୍କା, କନ୍ଧମାଳ, ବଲାଙ୍ଗିର, ବରଗଡ଼ ଏବଂ ସୁନ୍ଦରଗଡ ଲୋକସଭା ଆସନ ସହିତ ଏହାର ଅନ୍ତର୍ଗତ ବିଧାନସଭା ଆସନ ଗୁଡିକ ପାଇଁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବେ। ଏହି ପର୍ଯ୍ୟାୟରେ ବରଗଡ ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର, ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବେ। ସେହିପରି ସୁନ୍ଦରଗଡ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲି, ରାଉରକେଲା, ରାଜଗାଙ୍ଗପୁର ଏବଂ ବଣାଇ ବିଧାନସଭା ଆସନ ରହିଛି। ବଲାଙ୍ଗିର ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ବୀରମହାରାଜପୁର, ସୁବର୍ଣ୍ଣପୁର, ଲୋଇସିଂହା, ପାଟଣାଗଡ଼, ବଲାଙ୍ଗିର, ଟିଟିଲାଗଡ଼, କଣ୍ଟାବାଞ୍ଝି ବିଧାନସଭା ଆସନ ରହିଛି। କନ୍ଧମାଳ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ବାଲିଗୁଡ଼ା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା ଏବଂ ଭଞ୍ଜନଗର ବିଧାନସଭା ଆସନ ରହିଛି। ଆସ୍କା ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ, ଆସ୍କା, ସୋରଡ଼ା, ସାନଖେମୁଣ୍ଡି ଓ ହିଞ୍ଜିଳି ବିଧାନସଭା ଆସନ ଗୁଡିକରେ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୨୬ରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ସମ୍ପୃକ୍ତ ଜିଲାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଝୁଲାଯିବ। ମେ’ ୩ ତାରିଖ ନାମାଙ୍କନପତ୍ର ଦାଖଲ ଶେଷ ତାରିଖ ରହିଥିବା ବେଳେ ମେ’ ୪ ନାମାଙ୍କନପତ୍ର ଯାଞ୍ଚ ତାରିଖ ରହିଛି। ମେ’ ୬ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ରହିଛି। ମେ’ ୨୦ରେ ଉକ୍ତ ୫ଲୋକସଭା ଆସନ ଏବଂ ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ କରାଯିବ।
Related Posts
ଭଦ୍ରକ ନାବାଳକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, ସାମାଜିକ ଗଣ ମାଧ୍ୟମରୁ ପାଇଲେ ସୂଚନା
- satakhabar
- June 16, 2024
- 0
ଭୁବନେଶ୍ୱର, :୧୬/୬ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭଦ୍ରକ ଜିଲ୍ଲାର ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଭଦ୍ରକ ଜିଲ୍ଲା […]
ରତ୍ନଭଣ୍ଡାର ଖୋଲିବା ପରେ ସିଏମଓ ପକ୍ଷରୁ ଟ୍ବିଟ୍, କହିଲେ – ତୁମେ ଲୀଳାମୟ। ତୁମ ଇଚ୍ଛାରେ…
- satakhabar
- July 14, 2024
- 0
ଭୁବନେଶ୍ବର,୧୪/୭ : ଦୀର୍ଘ ୪୬ ବର୍ଷ ପରେ ଖୋଲିଲା ରତ୍ନଭଣ୍ଡାର। ରବିବାର ଅପରାହ୍ନ ୧ଟା ୨୮ ଶୁଭମୁହୂର୍ତ୍ତରେ ଖୋଲିଛି ରତ୍ନଭଣ୍ଡାର । ପୂର୍ବରୁ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ଠିକ୍ ସମୟରେ ଖୋଲିଛି ରତ୍ନଭଣ୍ଡାର । […]
ଆଳୁ ଭିତରେ ନବୀନ ଖୋଜୁଛନ୍ତି କି ସିମ୍ପାତ୍ତି !
- satakhabar
- August 7, 2024
- 0
ଭୁବନେଶ୍ୱର, ୭/୮ : ରାଜ୍ୟରେ କିଛି ଦିନ ହେବ ଆଳୁକୁ ନେଇ ଦେଖା ଦେଇଛି ରାଜନୀତି l ଆଳୁ ଏକ ନୀତି ବ୍ୟବହାର୍ଯ୍ୟ ଖାଦ୍ୟ l ପ୍ରତ୍ୟେକ ଦିନ ସମସ୍ତଙ୍କ ଘରେ ସକାଳୁ ଉଠିଲେ […]