କଙ୍ଗନାଙ୍କ ବୟାନଠୁ ଦୂରେଇଲା ବିଜେପି, କହିଲା ଏଭଳି କିଛି

ନୂଆଦିଲ୍ଲୀ,୨୬/୮ : ବିଜେପି ସାଂସଦ କଙ୍ଗନା ରାଣାୱତ କୃଷକ ଆନ୍ଦୋଳନ ଉପରେ ଦେଇଥିବା ଟିପ୍ପଣୀକୁ ନେଇ ଜବାବ ରଖିଛି ଦଳ। କଙ୍ଗନାଙ୍କ ମନ୍ତବ୍ୟଠୁ ବିଜେପି ସମ୍ପୂର୍ଣ୍ଣ ରୂପେ ନିଜକୁ ଦୂରେଇ ରଖିଛି। ଏନେଇ ଦଳ ଏକ ବିବୃତ୍ତି ଜାରି କରି କହିଛି, “କଙ୍ଗନାଙ୍କ ଟିପ୍ପଣୀ ସମ୍ପୂର୍ଣ୍ଣ ବ୍ୟକ୍ତିଗତ। ଭବିଷ୍ୟତରେ ଏପରି ବିବୃତ୍ତିଠୁ ଦୂରେଇ ରହିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।”ବିଜେପି ବିବୃତ୍ତିରେ ଆହୁରି କୁହାଯାଇଛି ଯେ, କୃଷକ ଆନ୍ଦୋଳନ ଉପରେ ସାଂସଦ କଙ୍ଗନା ରାଣାୱତ ଦେଇଥିବା ବୟାନ ଦଳର ମତ ନୁହେଁ।

ଭାରତୀୟ ଜନତା ପାର୍ଟି ତାଙ୍କ ବୟାନ ଉପରେ ଅସହମତି ବ୍ୟକ୍ତି କରୁଛି। କଙ୍ଗନା ରାଣାୱତଙ୍କୁ ଦଳ ପକ୍ଷରୁ ଏବଂ ଦଳର ନୀତିଗତ ପ୍ରସଙ୍ଗ ଉପରେ ନା କହିବାକୁ ଅନୁମତି ଦିଆଯାଇଛି ନା ସେ ଏ ଅଧିକାର ପାଇଛନ୍ତି।ଭବିଷ୍ୟତରେ ଏଭଳି ବୟାନ ନଦେବାକୁ ଦଳ ତାଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିବା ବିଜେପି ବିବୃତ୍ତିରେ କହିଛି। କୃଷକ ଆନ୍ଦୋଳନକୁ ନେଇ କଙ୍ଗନା ଦେଇଥିବା ବୟାନକୁ ତୀବ୍ର ବିରୋଧ ହେବା ପରେ ଏପରି ବିବୃତ୍ତି ରଖିଛି ବିଜେପି।

Leave a Reply

Your email address will not be published. Required fields are marked *