ସେପ୍ଟେମ୍ବର ୧୩ରେ ବଡ଼ ପରଦାରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର “ଆଭା”

ଭୁବନେଶ୍ୱର, ୧/୯ : ବଡ଼ ପରଦାରେ ଆସନ୍ତା ୧୩ ତାରିଖ ରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର”ଆଭା” ।ଏକ ତାରକା ହୋଟେଲ ରେ ଏକ ସମ୍ବାଦଦାତା ସମ୍ମିଳନୀ ମାଧ୍ୟମରେ ତାରିଖ ଘୋଷଣା ହୋଇଥିବା ବେଳେ ଆଭା ଚଳଚ୍ଚିତ୍ର ର ପୋଷ୍ଟର ଉନ୍ମୋଚିତ ହୋଇଯାଇଛି l ଜଣେ ଭିନ୍ନକ୍ଷମ ନାରୀର କାହାଣୀକୁ ନେଇ ନିର୍ମାଣ ହୋଇଛି ଆଭା ଚଳଚ୍ଚିତ୍ର। ଏହି କାର୍ଯ୍ୟକ୍ରମରେ ଆଭାର ପ୍ରଯୋଜକ ପ୍ରବୀର ମହାପାତ୍ର ଏହାର ମୁକ୍ତିଲାଭ ତାରିଖ ଘୋଷଣା କରିବା ସହ ଚଳଚ୍ଚିତ୍ର ର ମୁଳ ଲକ୍ଷ୍ୟ ସମାଜକୁ କିଛି ବାର୍ତ୍ତା ଦେବା l ଆମେ ଆମର କାମ କରିଛୁ l ଏବେ ଦର୍ଶକ ଙ୍କ ଦାୟିତ୍ୱ ଚଳଚ୍ଚିତ୍ର ଟି ପ୍ରେକ୍ଷାଳୟରେ ଉପଭୋଗ କରି ଭଲ ମନ୍ଦ ମତାମତ ଦେବେ l

ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜକ ପ୍ରବୀର ମହାପାତ୍ର, ଅଭିନେତା ଵିଶାଲ, ଅଭିନେତ୍ରୀ ମାମାଲି, ସହ ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ, ଆଭା ଚଳଚ୍ଚିତ୍ରରେ ଆଭା ଚରିତ୍ରରେ ଅଭିନୟ କରିଥିବା ସୋନା ମଲ୍ଲିକଙ୍କ ସମେତ ଚଳଚ୍ଚିତ୍ର ର କ୍ରିଏଟିଭ ହେଡ୍ ମାର୍କେଟିଙ୍ଗ୍ ଓ ପିଆର୍ ପ୍ରଣୟ ଜେଠୀ ପ୍ରମୁଖ ଯୋଗଦେଇଥିଲେ l ସୋନା ଏହି ଅବସରରେ ଯୋଗ ଦେଇ କହିଥିଲେ କି, ଏହି ଚରିତ୍ର ନିଭାଇବା ମୋ ପାଇଁ ବହୁତ କଷ୍ଟ ଥିଲା l ଏଭଳି ଏକ କାହାଣୀକୁ ଅଣିଥିବାରୁ ମୁଁ ପ୍ରଥମେ ପ୍ରଯୋଜକଙ୍କୁ ଧନ୍ୟବାଦ ଦେବି l ଏହା ମୋ ପାଇଁ ନୂଆ l ଏଥିରେ ବହୁତ ଅଭିଜ୍ଞ ଲୋକ ଅଛନ୍ତି l ସେମାନଙ୍କ ସହ କାମ କରିବା ମୋ ପାଇଁ ସ୍ବପ୍ନ l ଫିଲ୍ମ ଚାଲିବା ନିହାତି ଆବଶ୍ୟକ l ମୋତେ ନେଇ ଏଭଳି ଏକ କାହାଣୀରେ ସୁଯୋଗ ଦେଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି l ଏହା ନିଶ୍ଚିତ ଭାବେ ଦର୍ଶକଙ୍କ ମନକୁ ଛୁଇଁବ l ସେହିଭଳି ଏହି ଅବସରରେ ଆଭାର ପୋଷ୍ଟର ରିଲିଜ ହୋଇଛି l

ପ୍ରଯୋଜନା ସଂସ୍ଥା ପକ୍ଷରୁ ଏହା ଆଗାମୀ ଦିନରେ ଦର୍ଶକଙ୍କ ହୃଦୟକୁ ଛୁଇଁବ ବୋଲି କୁହାଯାଇଛି lଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ଓମ୍ ବାବା ପ୍ରଡକସନ୍ସ ଏକ ନୂଆ ସ୍ୱାଦର ସିନେମା l ଆଭା ଚଳଚ୍ଚିତ୍ର ର ମୁଖ୍ୟ ନାୟିକା ଭାବେ ନବାଗତା ଅଭିନେତ୍ରୀ ସୋନା ମଲ୍ଲିକ ଅଭିନୟ କରିଛନ୍ତି l ତାଙ୍କ ସହିତ ଅଭିଜ୍ଞ ଅଭିନେତ୍ରୀ ଅନୁ ଚୌଧୁରୀ, କେଦାର ମିଶ୍ର , ଶ୍ଵେତା ଆଚାର୍ଯ୍ୟଙ୍କ ସମେତ ଆହୁରି ଅନେକ ତାରକା ଅଭିନୟ କରିଛନ୍ତି l ଆଭା ଏକ ନିପଟ ମଫସଲ ଗାଁ ର ଗରିବ ପରିବାର ର ଜଣେ ଶାରୀରିକ ଭିନ୍ନକ୍ଷମ ଝିଅ l ଭିନ୍ନକ୍ଷମ ହେଲେ କେମିତି ଜୀବନ ଶୈଳୀ ରେ ବଞ୍ଚିବାକୁ ହେବ ଯାହା ସମାଜ କୁ ଏକ ପ୍ରକାର ଶିକ୍ଷା ମିଳିବ ତାରି ଉପରେ ଆଧାରିତ ଚଳଚ୍ଚିତ୍ର ଆଭା l ଖୁବ ସୁନ୍ଦର ଅଭିନୟ କରିଛନ୍ତି ଆଭା ଓରଫ ସୋନା ମଲ୍ଲିକ l

ଏହି ଚଳଚ୍ଚିତ୍ରଟି ପଶ୍ଚିମବଙ୍ଗର ମେଦିନିପୁରର ଏକ ଆଦିବାସୀ ଗ୍ରାମର ଜଙ୍ଗଲ ଘେରି ରହିଥିବା ଏକ ଗ୍ରାମୀଣ ପରିବେଶରେ ସୁଟିଂ କରାଯାଇଛି l ୪୨ ଡିଗ୍ରୀ ତାପମାତ୍ରାରେ, ସମସ୍ତ ଟେକ୍ନିସିଆନ୍ସ ନୂତନ ଧରଣର ଚଳଚ୍ଚିତ୍ର ଟିଏ ନିର୍ମାଣ କରିବା ପାଇଁ ଚେଷ୍ଟା କରିଛନ୍ତି l ସଂଳାପ ରଚନା କରିଛନ୍ତି ବିଶିଷ୍ଟ ଗୀତିକାର ମୋହିତ ଚକ୍ରବର୍ତ୍ତୀ l ଚଳଚ୍ଚିତ୍ରର ଫଟୋଗ୍ରାଫି ନିର୍ଦ୍ଦେଶକ ଚିତ୍ତରଞ୍ଜନ ବିଶ୍ୱାଳ, ନିର୍ଦ୍ଦେଶକ ପ୍ରଲବ ରୟ, କାର୍ଯ୍ୟକାରୀ ପ୍ରଯୋଜକ ସତ୍ୟ ପ୍ରକାଶ ସାହୁ ଏହି ଚଳଚ୍ଚିତ୍ରକୁ ନେଇ ବହୁତ ଆଶାବାଦୀ । ଅଭିଜିତ ମଜୁମଦାରଙ୍କ ସଂଗୀତ ନିର୍ଦ୍ଦେଶିତ ଚମତ୍କାର ଗୀତ ସହିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ଏକ ନୂତନ ସ୍ୱାଦର ରସର ଚିନ୍ତା କରିବାକୁ ଶିଖାଇବ l ସ୍କ୍ରିପ୍ଟ, ସ୍କ୍ରିନ୍ ପ୍ଲେ ଏବଂ ଡିରେକସନ ପଲ୍ଲଵ ରୟ l ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକ ଅନେକ ନୂଆ ସ୍ୱାଦ ପାଇବେ ବୋଲି ନିର୍ଦ୍ଦେଶକ କହିଛନ୍ତି। ଏହି ଚଳଚ୍ଚିତ୍ର ନାରୀ କୈନ୍ଦ୍ରିକ ହୋଇଥିବାରୁ ସମାଜ ରେ ସୁପ୍ରଭାବ ପକେଇବ।