‘ସୁଭଦ୍ରା’ ପୋର୍ଟାଲ ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨/୯ : ବହୁ କଳ୍ପନା ଜଳ୍ପନା ପରେ ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ ଆରମ୍ଭ ହୋଇଛି। ଅନ୍‌ଲାଇନ୍‌ ଆବେଦନ ପାଇଁ ଆଜି ‘ସୁଭଦ୍ରା’ ପୋର୍ଟାଲ ଉନ୍ମୋଚନ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ପୋର୍ଟାଲ ଉନ୍ମୋଚନ କରିଛନ୍ତି।‘ସୁଭଦ୍ରା’ ପୋର୍ଟାଲ ଉନ୍ମୋଚନ ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ‘ସୁଭଦ୍ରା’ ପୋର୍ଟାଲ ଉପଲବ୍ଧ ହେବ ସୁଭଦ୍ରାର ସମସ୍ତ ସୂଚନା। ମହିଳାମାନେ ଯେ କୌଣସି ତଥ୍ୟ ଜାଣିବାକୁ ପୋର୍ଟାଲରୁ ଜାଣିପାରିବେ। କୌଣସି ପ୍ରକାର ସଂଶୟ ଥିଲେ, ପୋର୍ଟାଲରୁ ଜାଣିପାରିବେ। ସୁଭଦ୍ରା ପୋର୍ଟାଲ- subhadra.odisha.gov.in ଫର୍ମ ବଣ୍ଟନ ଆରମ୍ଭ ହୋଇଛି।

୪ ତାରିଖରୁ ଫର୍ମ ସଂଗ୍ରହ ଆରମ୍ଭ ହେବ। ଫର୍ମ ପୂରଣ କରି ଆଧାର କାର୍ଡ ନକଲ ସହ ଦାଖଲ କରିବେ। ମୋ ସେବା କେନ୍ଦ୍ର ବା ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।ସେ ଆହୁରି କହିଛନ୍ତି, ରାକ୍ଷୀ ପୂର୍ଣ୍ଣିମାରେ ମିଳିବାକୁ ଥିବା କିସ୍ତି ୧୭ରୁ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିବେ। ସବୁ ଯୋଗ୍ୟ ମହିଳାଙ୍କୁ ମିଳିବା ପର୍ଯ୍ୟନ୍ତ ଏହା ଚାଲୁ ରହିବ। ଫର୍ମ ବଣ୍ଟନ ଓ ଦାଖଲ ସଂପୂର୍ଣ୍ଣ ମାଗଣାରେ ରହିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

Leave a Reply

Your email address will not be published. Required fields are marked *