ଦର୍ଶକଙ୍କ ବୋତଲ ମାଡ଼ରେ ଯାତ୍ରା ଅଭିନେତା ସୁବାଷ ବେହେରା ଓ ନବ ଘୋଷ ଆହତ

ଭୁବନେଶ୍ବର, ୧୧/୯ : ଦର୍ଶକଙ୍କ ବୋତଲ ମାଡ଼ରେ ଯାତ୍ରା ଅଭିନେତା ସୁବାଷ ବେହେରା ଓ ନବ ଘୋଷ ଆହତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରସ୍ଥିତ ନକ୍ସାପାଲିଠାରେ। ମଙ୍ଗଳବାର ବିଳମ୍ବିତ ରାତି‌ରେ‌ ସ୍ବାଇଁ ବ୍ରଦର୍ସ ପ୍ରଯୋଜିତ ସ୍ବର୍ଣ୍ଣ ମହଲର ‘ସ୍ବାମୀ ପାଇଁ ପଛେ ନର୍କକୁ ଯିବି’ ନାଟକ ପରିବେଷଣ ହେଉଥିଲା । ଏହି ସମୟରେ ଏକ ଦୃଶ୍ୟ ଦେଖି ଯାତ୍ରା ଦେଖୁଥିବା‌ କିଛି ଦର୍ଶକ ହଠାତ୍ ରାଗିଯାଇଥିଲେ । ଏଭଳି କି ଜଣେ ଦର୍ଶକ ମଞ୍ଚ ଉପରକୁ ଆସି କଳାକାରଙ୍କୁ ମାଡ଼ ମାରିବାକୁ ମଧ୍ୟ ପଛାଇ ନ ଥିଲେ । ତା‘ପରେ କଳାକାରଙ୍କୁ ଦର୍ଶକ ନିର୍ଧୁମ ଛେଚି ଥିଲେ । ଏହାପରେ କମିଟି ସଦସ୍ୟ ଆସି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।

ତେବେ ଯାତ୍ରା ଇଣ୍ଡଷ୍ଟ୍ରିରେ ଦର୍ଶକଙ୍କଠାରୁ ମାଡ଼ ଖାଇବା କିଛି ନୂଆ କଥା ନୁହେଁ । ଯାତ୍ରା ଜଗତରେ ବହୁ ଭେଟରାନ ଅଭିନେତା ପୂର୍ବରୁ ନିଜର ଅଭିନୟର ଯାଦୁରେ ଦର୍ଶକଙ୍କୁ ବିଭୋର କରି ଗାଳି ମାଡ଼ ମଧ୍ୟ ଖାଇଛନ୍ତି । ଆଉ ପରିଶେଷରେ ସେହି କାହାଣୀ ବି ସୁପରହିଟ୍ ହୋଇଛି । କାରଣ ତାହା ଦର୍ଶକଙ୍କ ମନକୁ ଛୁଇଁଥିବାବେଳେ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ମୁଗ୍ଧ କରିଥାଏ ।

Leave a Reply

Your email address will not be published. Required fields are marked *