ଭୁବନେଶ୍ବର,୨୪/୧୦ : ସାମୁଦ୍ରିକ ଝଡ଼ ବାତ୍ୟା ‘ଦାନା’ ପ୍ରଭାବରେ ପବନର ବେଗ ମଧ୍ୟ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଗଣମାଧ୍ୟମକୁ କହିଛନ୍ତି, ବାତ୍ୟା ‘ଦାନା’ ପାରାଦୀପ ଠାରୁ ୧୫୦କିମି ଦୂରରେ ରହିଛି । ବିଗତ ୬ ଘଣ୍ଟାରେ ଏହା ଘଣ୍ଟା ପିଛା ୧୦କିମି ବେଗରେ ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ।
ବାତ୍ୟାର ଗତି ଏହି ହିସାବରେ ହେଲେ, ତାହେଲେ ସ୍ଥଳଭାଗରେ ଲ୍ୟାଣ୍ଡଫଲ ବେଳକୁ ସକାଳ ୬ଟା ପରବର୍ତ୍ତୀ ସମୟ ହେବ। ଅନ୍ୟପଟରେ ଯଦି ବାତ୍ୟାର ଘଣ୍ଟା ପ୍ରତି ବେଗ ୧୦କିମିରୁ ଅଧିକ ହୁଏ, ତା’ହେଲେ ଲ୍ୟାଣ୍ଡଫଲ ମଧ୍ୟ ରାତ୍ରୀରେ ହୋଇପାରେ। ତେବେ ବାତ୍ୟାର ଗତି ମନ୍ଥର ହେଲେ ସ୍ଥଳଭାଗରେ ତାଣ୍ଡବ ରଚିବାର ଆଶଙ୍କା ରହୁଛି।