ରିସିକିଆ ପ୍ରେମିକକୁ ଧରିଲା କ୍ରାଇମବ୍ରାଞ୍ଚ; ମଧ୍ୟ ବୟସ୍କା ମହିଳାଙ୍କୁ କରୁଥିଲା ଟାର୍ଗେଟ

ଭୁବନେଶ୍ବର, ୧୩/୯ : ମାଟ୍ରିମୋନିଆଲ ସାଇଡରେ ସେକେଣ୍ଡ ମ୍ୟାରେଜ ନାଁରେ ଖୋଲିଥିଲା ଆକାଉଣ୍ଟ। କେତେବେଳେ ନିଜକୁ ରେଲୱେ କର୍ମଚାରୀ, ଇନକମ ଟ୍ୟାକ୍ସ ଇନସିପେକ୍ଟର, କଷ୍ଟମ୍ସ ଅଫିସର ଓ ସେଣ୍ଟ୍ରାଲ ଏକସାଇଜ ଅଧିକାରୀ କହୁଥିଲା। ମଧ୍ୟ ବୟସ୍କା ମହିଳାମାନଙ୍କୁ ଟାର୍ଗେଟ କରୁଥିଲା ବିରଞ୍ଚି ।ଯେଉଁଥିରେ ଥିଲେ ଅବିବାହିତ, ଛାଡ଼ପତ୍ର, ବିଧବା ମହିଳା। ସେମାନଙ୍କୁ ମେଟ୍ରିମୋନିଆଲ ସାଇଡରେ ବିବାହ କରିବାକୁ ପ୍ରସ୍ତାବ ଦେଉଥିଲା। ଏପରିକି ଯେଉଁ ମହିଳାମାନଙ୍କର ପିଲା ଛୁଆ ଥିଲେ ସେମାନଙ୍କୁ ନିଜର କରିବାକୁ କହି ନିକଟତର ହେଉଥିଲା । ଯେଉଁମାନଙ୍କୁ ବିଭାହ ପ୍ରସ୍ତାବ ଦେଉଥିବା ସେମାନଙ୍କୁ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଉଥିଲା ।

ଅନେକ ମହିଳାଙ୍କୁ ମନ୍ଦିରରେ ବିବାହ କରିଥିଲା। ବିବାହ ପରେ ଗୁପ୍ତ କ୍ୟାମେରାରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟ କରୁଥିଲା ଅଭିଯୁକ୍ତ । ଆଉ କିଛି ମହିଳାଙ୍କୁ ଭିଡିଓ କଲରେ ଅଶ୍ଳୀଳ କଥା ହୋଇ ସ୍କ୍ରିନ ସଟ ରଖି ବ୍ଲାକମେଲ କରୁଥିଲା। ସେମାନଙ୍କୁ ଟଙ୍କା, ସୁନା ଗହଣା ମାଗୁଥିଲା। ନ ଦେଲେ ସୋସିଆଲ ମଡ଼ିଆରେ ଭିଡ଼ିଓ ଭାଇରାଲ କରିଦେବା ପାଇଁ ଧମକ ଦେଉଥିଲା।୨୦୨୨ରେ ଏ ନେଇ କଟକର ଜଣେ ମହିଳା କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଜଣକ ପ୍ରଭାକର ଶ୍ରୀ ବାସ୍ତବ। ନିଜକୁ ଟିଟିଆଇ କହି ବିବାହ ନାଁରେ ଠକିଥିଲା। ମହିଳାଙ୍କଠାରୁ ୫ ଲକ୍ଷ ଟଙ୍କା ଓ ୩୨ ଗ୍ରାମ ସୁନା ନେଇଥିଲା ଠକ ।

କେବଳ ଓଡିଶା ନୁହେଁ ରାଜସ୍ଥାନ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ହରିୟାଣା ଓ ଦିଲ୍ଲୀରେ ତା ନାଁରେ ମାମଲା ଥିବା ତଦନ୍ତରୁ ଜଣାପଡିଛି। ଅଭିଯୁକ୍ତଠାରୁ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ, ଭିଡ଼ିଓ, ଫେକ ଆଇଡିକାର୍ଡ ଜବତ କରିଛି କ୍ରାଇମବ୍ରାଞ୍ଚ।

Leave a Reply

Your email address will not be published. Required fields are marked *