ବେଆଇନ ଦେଶୀ ମଦ ଜବତ, ୧ ଗିରଫ

ଭୁବନେଶ୍ବର, ୫/୧୧ : ବାଲିଅନ୍ତା ଥାନା ପୁଲିସ ବେଆଇନ ଦେଶୀ ମଦ ବିକ୍ରି ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଅଭିଯୁକ୍ତ ଜଣକ ହେଲା ବାଲିଅନ୍ତା ଥାନା ଅନ୍ତର୍ଗତ ଗଣ୍ଡିଲୋ ଗାଁର ହଜାରି ନାୟକଙ୍କ ପୁଅ ମୁନା ନାୟକ ଓରଫ ଆରତ(୪୫) । ସୂଚନାଯୋଗ୍ୟ ଯେ, ବିଶ୍ଵସ୍ତ ସୂତ୍ରରୁ ଖବରପାଇ ବାଲିଅନ୍ତା ଥାନାର ଏକ ପାଟ୍ରୋଲିଙ୍ଗ ଟିମ୍ ଗଣ୍ଡିଲୋଗାଁରେ ଅତର୍କିତ ଚଢଉ କରି, ସର୍ବ ସାଧାରଣରେ ବେଆଇନ ଦେଶୀମଦ ବିକ୍ରି କରିବା ଅଭିଯୋଗରେ ମୁନାକୁ କାବୁ କରିବାରେ ସକ୍ଷମ ହୋଇଥିଲା ।

ଛାନଭିନ ସମୟରେ ପୁଲିସ ଅଭିଯୁକ୍ତଠାରୁ ୧୮.୨ଲିଟର ଆସ୍କା, ୪୦ ଦେଶୀମଦ ଜବତ କରିଥିଲା । ପଚରାଉଚରାବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିବା ସହ ଏହି ଦେଶୀମଦ ବିକ୍ରୟ କରିବା ନେଇ ପାଖରେ କୌଣସି ଅନୁମତି ପତ୍ର ନ ଥିବା ଦର୍ଶାଇଥିଲେ । ପୋଲିସ କେଶ୍ ନଂ ୫୩୪/୨୪ମାମଲା ରୁଜୁ କରି ଏହି ମାମଲାର ଅଧିକ ତଦନ୍ତ ଚାଲୁ ରଖିଛି ।

Leave a Reply

Your email address will not be published. Required fields are marked *