ଭୁବନେଶ୍ୱର, ୨୯/୩ : ଯାତ୍ରା ଜଗତର ଜଣାଶୁଣା ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ଆକ୍ରମଣ ଅଭିଯୋଗ l ଏହି ଆକ୍ରମଣ ଟଙ୍କା ନେଣ ଦେଣ ନେଇ ହୋଇଥିବା ଜଣା ପଡ଼ିଛି l ନରିଙ୍କ ଅଭିଯୋଗ ଅନୁସାରେ ଏହି ଆକ୍ରମଣ ତୁଳସୀ ପାର୍ଟିର ମାଲିକ ତଥା ନାଣ୍ଡୁ ବାବୁ କରିଛନ୍ତି lସୂଚନା ଅନୁସାରେ ଆଗାମୀ ଯାତ୍ରା ଋତୁ ପାଇଁ ନରି ପଣ୍ଡା ତୁଳସୀ ପାର୍ଟିକୁ ଯିବାକୁ ଟଙ୍କା ଆଣିଥିଲେ l ଏହି ଟଙ୍କା ନେଣ ଦେଣକୁ ନେଇ ଏହି ଆକ୍ରମଣ ହୋଇଥିବା ସେ କହିଛନ୍ତି l
ତାଙ୍କ କାନରେ କ୍ଷତ ଚିହ୍ନ ଥିବା ସେ କହିଛନ୍ତି l ଏହାସହ ଆଗାମୀ ଯାତ୍ରା ଋତୁରେ ସେ କୌଣସି ପାର୍ଟିକୁ ଯିବେ ନାହିଁ ବୋଲି ମଧ୍ୟ ସୂଚନା ଦେଇଛନ୍ତି l କହିଛନ୍ତି ମୋତେ ବାଉନ ବର୍ଷ ହେଲାଣି l ମୁଁ କେବେ ଏମିତି ପରିସ୍ଥିତି ଦେଖି ନଥିଲି l ପ୍ରଥମ ଥର ଏଭଳି ଦେଖିଲି l ଯଦି ଏଇ ବୟସରେ ମୋତେ ମାଡ଼ ଖାଇବାକୁ ପଡୁଛି ମୁଁ ଯାତ୍ରା ଛାଡ଼ିଦେବି l