ଛାଡୁନି କ୍ୱାର୍ଟର୍ସ ମୋହ : ମାଡ଼ି ବସିଛନ୍ତି ପୂର୍ବତନ ବିଧାୟକ ଓ ମନ୍ତ୍ରୀ

ଭୁବନେଶ୍ୱର, ୧୪/୯ : ଛାଡୁନି କ୍ୱାର୍ଟର୍ସ ମୋହ । ପଦ ଯିବା ପରେ ମଧ୍ୟ ସରକାରୀ କ୍ୱାର୍ଟର୍ସ ମାଡି ବସିଛନ୍ତି ପୂର୍ବତନ ମନ୍ତ୍ରୀ ଓ ବିଧାୟକ । ଷୋଡ଼ଶ ବିଧାନସଭା ଭାଙ୍ଗିବାର ଶହେ ଦିନ ହେଲାଣି । ତଥାପି କ୍ୱାର୍ଟର୍ସ ଖାଲି କରିବାକୁ ଆଗ-ପଛ ହେଉଛନ୍ତି ବିଭିନ୍ନ ଦଳର ୨୭ ଜଣ ବିଧାୟକ । ତା’ଭିତରେ ଅଛନ୍ତି ଦି’ ଡଜନେ ବିଜେଡି ବିଧାୟକ । ସେପଟେ କ୍ୱାର୍ଟର୍ସ ଖାଲି ହେଉନଥିବାରୁ ପାଖାପାଖି ୬୦ ଜଣ ବିଧାୟକ ଓ ମନ୍ତ୍ରୀଙ୍କୁ ଷ୍ଟେଟ୍ ଗେଷ୍ଟ ହାଉସରେ ରଖାଯାଇଛି । ଷୋଡ଼ଶ ବିଧାନସଭା ଭଙ୍ଗ ହେବାର ଶହେ ଦିନ ପୂରିଲାଣି । ବିଧାୟକ ପଦ ନାହିଁ । ତଥାପି କ୍ୱାର୍ଟର୍ସ ଖାଲି କରୁନାହାନ୍ତି । ଏମାନଙ୍କ ମଧ୍ୟରେ ପ୍ରେମାନନ୍ଦ ନାୟକ, ପ୍ରୀତିରଞ୍ଜନ ଘଡାଇ, ରିତା ସାହୁ ଓ ସୁରେଶ ରାଉତରାୟଙ୍କ ଭଳି ନେତା ।

ନିୟମ ଅନୁସାରେ, ବିଧାନସଭା ଭଙ୍ଗ ହେବାର ୧୫ ଦିନରୁ ମାସେ ଭିତରେ ପୂର୍ବତନ ବିଧାୟକମାନେ ସରକାରୀ କ୍ୱାର୍ଟର୍ସ ଫେରସ୍ତ କରିବା କଥା । ହେଲେ ଏଯାଏଁ କ୍ୱାର୍ଟର୍ସ ଖାଲି କରିନଥିବାରୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସେମାନଙ୍କୁ ଜାରି ହୋଇଛି ନୋଟିସ । ଏପରିକି କ୍ୱାର୍ଟର୍ସକୁ ଯାଇ ତୁରନ୍ତ ଖାଲି କରିବାକୁ କହିଛନ୍ତି ରେଣ୍ଟ ଅଫିସର ଓ ଏନଫୋର୍ସମେଣ୍ଟ ରହିଛନ୍ତି ପୂର୍ବତନ ବିକ୍ରମ ଆରୁଖ, ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଅମର ପ୍ରସାଦ ଶତପଥୀ, ଦେବୀ ପ୍ରସାଦ ମିଶ୍ର, ରଜନୀକାନ୍ତ ସିଂ, ସ୍କ୍ୱାର୍ଡ । ପୁରୁଣା ଛାଡୁନଥିବାରୁ ନୂଆ ମନ୍ତ୍ରୀ ଓ ବିଧାୟକଙ୍କୁ ମିଳିପାରୁନି କ୍ୱାର୍ଟର୍ସ । ଆଲଟ୍ ସତ୍ତ୍ୱେ ସରକାରୀ କ୍ୱାର୍ଟର୍ସର ଅପେକ୍ଷାରେ ଅଛନ୍ତି ପ୍ରାୟ ୬୦ ଜଣ ବିଧାୟକ ଓ ମନ୍ତ୍ରୀ । ସେମାନଙ୍କୁ ଷ୍ଟେଟ୍ ଗେଷ୍ଟ ହାଉସରେ ରଖାଯାଇଛି । ହେଲେ ତାହା ପର୍ଯ୍ୟାପ୍ତ ହୋଇପାରୁନି । ଏଇ ଯେମିତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତାଙ୍କୁ ଗେଷ୍ଟ ହାଉସର ୫୦୫ ନମ୍ବର ରୁମ୍ ମିଳିଛି । ଏଠି ମନ୍ତ୍ରୀଙ୍କ ସହ ପୂରା ପରିବାର ରହୁଛନ୍ତି । ଭଡା ବାବଦକୁ ଦିନକୁ ୬୦୦ ଟଙ୍କା, ଖାଇବା ବିଲ୍ ଅଲଗା ।

ତା’ଭିତରେ କେତେବେଳେ କର୍ମୀ ଆସି ଭେଟୁଛନ୍ତି ତ କେତେବେଳେ କାମ ପାଇଁ ସରକାରୀ କର୍ମଚାରୀ ଆସୁଛନ୍ତି । ତେଣୁ ଗେଷ୍ଟ ହାଉସରେ ଏସବୁ ଆଡଜଷ୍ଟ କରିବା ମୁସ୍କିଲ ହେଉଛି ବୋଲି କୃଷ୍ଣ ମହାପାତ୍ର କହିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ସହ ଓଡ଼ିଶା ବିଧାନସଭା ପକ୍ଷରୁ ମଧ୍ୟ କିଛି କ୍ୱାର୍ଟର୍ସ ପୂର୍ବତନ ମନ୍ତ୍ରୀ ଓ ବିଧାୟକଙ୍କୁ ମିଳିଛି । ତାକୁ ମଧ୍ୟ କିଛି ପୂର୍ବତନ ବିଧାୟକ ଏଯାଏଁ ଛାଡୁ ନଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *