ଆସନ୍ତାକାଲି ବସିବ ରତ୍ନଭଣ୍ଡାର ବୈଠକ

ପୁରୀ, ୨୮ / ୭ : ଆସନ୍ତାକାଲି ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟୀତ୍ବ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହି ବୈଠକ ବସିବ । ବୈଠକରେ ଏଏସଆଇ ଅଧିକାରୀ ମଧ୍ୟ ଯୋଗଦେବେ । କେବେଠୁ ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ହେବ ସେନେଇ ବୈଠକରେ ଆଲୋଚନା ହେବ ।