ଭୁବନେଶ୍ବର, ୧୪/୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ୱର ୧୭ ତାରିଖରେ ଭୁବନେଶ୍ୱରଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରୁଛନ୍ତି। ଏଥିପାଇଁ ଭୁବନେଶ୍ୱରରେ ବିପୁଳ ଜନ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସମସ୍ତ ସ୍କୁଲ କଲେଜ ଗୁଡିକ ସେଦିନ ସମ୍ପୂର୍ଣ୍ଣ ଛୁଟି ହେବା ସହିତ ସରକାରୀ କାର୍ଯ୍ୟାଳୟ ଗୁଡିକର ପ୍ରଥମାର୍ଦ୍ଧ ଛୁଟି ରହିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
୧୭ତାରିଖରେ ଭୁବନେଶ୍ୱରରେ ସମସ୍ତ ସ୍କୁଲ କଲେଜ ବନ୍ଦ୍, ସରକାରୀ କାର୍ଯ୍ୟାଳୟ ପ୍ରଥମାର୍ଦ୍ଧ ଛୁଟି ରହିବ
