ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଅତିଶୀ

ନୂଆଦିଳ୍ଲୀ,୨୧/୯ : ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ବିରିଷ୍ଠ ନେତ୍ରୀ ଅତିଶୀ । ୫ ଜଣ ବିଧାୟକଙ୍କ ସହ ନୂତନ ମନ୍ତ୍ରୀ ପରିଷଦର ଅଂଶ ଭାବେ ଶପଥ ଗ୍ରହଣ କରିବେ ।

ଏହା ଫଳରେ ସେ ହେବେ ଦିଲ୍ଲୀର ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ। ଅପରାହ୍ନ ୪.୩୦ ସମୟରେ ରାଜଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଅତିଶୀଙ୍କ ସହ ଆପ୍‌ର ବରିଷ୍ଠ‌ ନେତ‌େ ଗୋପାଳ ରାୟ, କୈଳାସ ଗେହଲଟ୍‌, ସୌରଭ ଭରଦ୍ବାଜ ଓ ଇମ୍ରାନ ହୁସେନ ଆଦି ମନ୍ତ୍ରୀ ଭାବେ ଶପଥ ନେ‌ବେ।