ବିରୋଧୀ ଦଳରୁ କିଏ ଦେଇଥିଲା ପ୍ରଧାନମନ୍ତ୍ରୀ ଅଫର ? ଜାଣନ୍ତୁ କ’ଣ କହିଲେ ନିତିନ ଗଡ଼କରୀ

ନୂଆଦିଲ୍ଲୀ,୨୬/୯: କେନ୍ଦ୍ରମନ୍ତ୍ରୀ ପରିବହନ ନିତିନ ଗଡ଼କରୀ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିବା ଖବର ଅନେକ ଦିନରୁ ଚର୍ଚ୍ଚା ହୋଇଆସୁଛି। ଏହାରି ମଧ୍ୟରେ ସେ ଏହି ପ୍ରସଙ୍ଗରେ ବଡ ବୟାନ ଦେଇଛନ୍ତି ଏବଂ ତାଙ୍କୁ ବିରୋଧୀ ଦଳରୁ ମିଳିଥିବା ପ୍ରଧାନମନ୍ତ୍ରୀ ଅଫର ସମ୍ପର୍କରେ ମଧ୍ୟ ଖୁଲାସା କରିଛନ୍ତି। ତେବେ ଏହି ଚର୍ଚା ସମସ୍ତେ ଶୁଣିଥିବେ କି ବିରୋଧୀ ପ୍ରଧାନମନ୍ତ୍ରୀ ଅଫରକୁ ସେ ପ୍ରତ୍ୟାଖାନ କରିଥିଲେ।ଗତ ସାଧାରଣ ନିର୍ବାଚନର ଫଳାଫଳ ଆସିବା ପରେ ଅର୍ଥାତ ଜୁନ ୪ ତାରିଖରେ ତାଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ ପ୍ରସ୍ତାବ ମିଳିଥିଲା। କିନ୍ତୁ ସେ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲେ।

ସେ ଜବାବ ଦେଇଥିଲେ କି ଏହା ତାଙ୍କ ବିଚାରଧାରା ସହିତ ମେଳ ଖାଉନାହିଁ।ଗଡ଼କରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପ୍ରସ୍ତାବ ଦେଇଥିବା ଲୋକଙ୍କୁ ସେ ପଚାରିଥିଲେ, ” ଆପଣ କାହିଁକି ମତେ ପ୍ରଧାନମନ୍ତ୍ରୀ କରିବାକୁଆକୁ ଚାହୁଁଛନ୍ତି ? ଆଉ ଏହା ମୋ ବିଚାରଧାରର ଅନୁରୂପ ନୁହେଁ ଏବଂ ଏପରି କୌଣସି ଅଭିଳାଷା ମୋର ନାହିଁ।” ତେବେ ଶରଦ ପାୱାର କିମ୍ବା ସୋନିଆ ଗାନ୍ଧୀ ତାଙ୍କୁ ଏହି ପ୍ରସ୍ତାବ ଦେଇଥିଲେ କି ପଚରାଯାଇଥିଲା,ଗଡ଼କରୀ ଏହାର ଉତ୍ତର ଦେବାକୁ ମନା କରିଦେଇଥିଲେ।ମୋଦୀଙ୍କ ବଢୁଥିବା ବୟସ ଏବଂ ଆରଏସଏସରେ ତାଙ୍କର ବିଶ୍ୱସନୀୟତା ବିଷୟରେ ଯେତେବେଳେ ପଚରାଗଲା ସେ ପିଏମ ମୋଦିଙ୍କ ପରେ ପଦୋନ୍ନତି ପାଇବେ କି? ସେ କହିଛନ୍ତି, “ମୁଁ ଜଣେ ଆରଏସଏସ ସ୍ୱେଚ୍ଛାସେବୀ। ଆପଣ ମୋଦି ଜୀଙ୍କୁ ପ୍ରଶ୍ନ ପଚାରିପାରିବେ, କିନ୍ତୁ ପିଏମ ମୋଦୀଙ୍କ ସହିତ ମୋର ସମ୍ପର୍କ ବହୁତ ଭଲ।”ତେବେ ”ମୁଁ କିଛି ହେବାକୁ ରାଜନୀତିରେ ପ୍ରବେଶ କରି ନାହିଁ।

କେହି କାହାକୁ ଆଗକୁ ବଢିବାକୁ ଅନୁମତି ଦିଅନ୍ତି ନାହିଁ, କିନ୍ତୁ ଆଜି ମୁଁ ହୃଦୟରୁ କହୁଛି ଯେ ମୋର କୌଣସି ଅସୁବିଧା ନାହିଁ।” ପ୍ରଧାନମନ୍ତ୍ରୀ ହେବାକୁ ତାଙ୍କର ଅଭିଳାଷର ପ୍ରଶ୍ନ ଉପରେ ସେ କହିଛନ୍ତି, “ମୋର କୌଣସି ଅଭିଳାଷ ନାହିଁ ଯଦି ମୁଁ ଏହାର ଯୋଗ୍ୟ, ତେବେ ମୁଁ ତାହା ପାଇବି।

Leave a Reply

Your email address will not be published. Required fields are marked *