ଆଗକୁ ସପ୍ତାହକୁ ଦୁଇଦିନ କାମ କରିବେ କର୍ମଚାରୀ : ବିଲ ଗେଟ୍ସ

ନୂଆଦିଲ୍ଲୀ, ୨/୪ : କର୍ମଚାରୀମାନେ ସପ୍ତାହକୁ ଦୁଇଦିନ କାମ କରିବା ସପକ୍ଷରେ ଅନେକ ଉଦ୍ୟାଗପତି ଓ ବ୍ୟବସାୟୀମାନେ କହିଥାନ୍ତି । ତେବେ ଏହା ମଧ୍ୟରେ ବିଶ୍ବର ଅନ୍ୟତମ ଧନୀବ୍ୟକ୍ତି ବିଲ ଗେଟ୍ସକୁ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି । ଆଗାମୀ ୧୦ ବର୍ଷ ମଧ୍ୟରେ କର୍ମଚାରୀମାନେ ସପ୍ତାହକୁ ଦୁଇ ଦିନ କାମ କରିବେ ।

ସପ୍ତାହକୁ କେବଳ ଦୁଇଦିନର କାମ କରିବାର ଆବଶ୍ୟକତା ପଡ଼ିବ ବୋଲି ଗେଟ୍ସ ଭବିଷ୍ୟବାଣୀ କରିଛନ୍ତି । କୃତ୍ରିମ ବୁଦ୍ଧିମତା (ଏଆଇ) ଆମର ଅଧିକାଂଶ ଚାକିରି ନେଇଯିବ ଓ ଶ୍ରମ ଶକ୍ତିର ଆବଶ୍ୟକତା ବହୁତ କମ୍ ହୋଇଯିବ । ଏଥିସହିତ ଲୋକଙ୍କ କାମ କରିବାର ତରିକା ମଧ୍ୟ ସମ୍ପୂର୍ଣ୍ଣ ଭାବେ ବଦଳିଯିବ ବୋଲି ସେ କହିଛନ୍ତି ।