A + A = ‘କର୍ମ’ : ମର୍ଡର ମିଷ୍ଟ୍ରି- ଥ୍ରୀଲର- ରୋମାନ୍ସ , ଟ୍ରେଲରକୁ ନେଇ ଫ୍ୟାନ୍ସ ଉତ୍ସାହିତ

ଭୁବନେଶ୍ବର, ୨୯/୯ : ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ ‘କର୍ମ’ର ଟ୍ରେଲର ରିଲିଜ ହୋଇଯାଇଛି । ୟୁଟ୍ୟୁବର ଆମର ମ୍ୟୁଜିକ ପ୍ଲାଟଫର୍ମରେ ଏହା ରିଲିଜ ହୋଇଛି । ଅନୁପମ- ଅନୁଭବ ଯୋଡ଼ିର ଏହି ଫିଲ୍ମ ଦଶହରାର ପୂଜା ମାର୍କେଟରେ ଆସିବାକୁ ଯାଉଛି । ବହୁ ଦିନ ପରେ ଅନୁଭବଙ୍କ କୌଣସି ଫିଲ୍ମ ଦଶହରା ଅବସରରେ ରିଲିଜ ହେବାକୁ ଯାଉଛି । ଯାହା ତାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଆଣି ଦେଇଛି । କର୍ମର ଗୀତ ଚିରିଙ୍ଗ୍ ଚିରିଙ୍ଗ୍ ପୂର୍ବରୁ ଟ୍ରେଣ୍ଡ କରିଛି । ଗତ ଗଣେଷ ପୂଜା ଭଷାଣୀରୁ ଏହାର କ୍ରେଜ ନଜରକୁ ଆସିଛି । ବାଟେ ଘାଟେ ସବୁଠି ଖାଲି ଚିରିଙ୍ଗ୍ ଚିରିଙ୍ଗ୍ । ଆଉ ଆଜିର ଟ୍ରେଲର ରିଲିଜ ହେବା ପରେ ଅନୁଭବଙ୍କ ନିଆରା ଲୁକ୍ ଦେଖି ତାଙ୍କର ଫ୍ୟାନ୍ସମାନେ ଦିଓ୍ବାନା ହୋଇଯାଇଛନ୍ତି ।ଟ୍ରେଲରରେ ଅନୁଭବ ଏକ ମର୍ଡ଼ର କେଶର ତଦନ୍ତ କରୁଥିବା ନଜର ଆସୁଛନ୍ତି ।

ତାଙ୍କର ନୂଆ ଲୁକ୍ ଫ୍ୟାନ୍ସମାନଙ୍କୁ ବହୁ ପସନ୍ଦ ଆସିଛି । ସେଥିରେ ବିଭିନ୍ନ ଦିଗକୁ ଲକ୍ଷ୍ୟ କରି ସେ ତଦନ୍ତ କରୁଛନ୍ତି । ଏହାସହିତ ସୂର୍ଯ୍ୟମୟୀଙ୍କ ସହ ଜଣେ କେୟାରିଂ ହଜବ୍ୟାଣ୍ଡର ଭୂମିକା ନିଭାଉଥିବା ଦେଖାଯାଉଛନ୍ତି ଅନୁଭବ । ଯାହା ତାଙ୍କର ଫ୍ୟାନ୍ସମାନଙ୍କୁ ଫିଲ୍ମ କର୍ମକୁ ନେଇ ବେଶ ଉତ୍ସାହିତ କରିଛି । ପ୍ରଯୋଜନାରେ ବର୍ଷା ପଟ୍ଟନାୟକ ଏବଂ ଅନୁପମ ପଟ୍ଟନାୟକ ଥିବାବେଳେ ନିର୍ଦ୍ଦେଶନାର ଭାର ତୁଲାଇଛନ୍ତି ଅନୁପମ ପଟ୍ଟନାୟକ । ପୂର୍ବରୁ ତାଙ୍କର ’ପ୍ରତୀକ୍ଷା’, ‘ତ୍ରିକନ୍ୟା’ ଭଳି ଫିଲ୍ମ ବେଶ ଦର୍ଶକାଦୃତ ହୋଇପାରିଛି । ଏବେ ଫିଲ୍ମ ‘କର୍ମ’ ଦର୍ଶକମାନଙ୍କୁ ବେଶ ପସନ୍ଦ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା ରହିଛି । ଫିଲ୍ମରେ ଲିଡ଼ ରୋଲରେ ଅନୁଭବ ମହାନ୍ତି ଥିବାବେଳେ ତାଙ୍କ ଅପୋଜିଟରେ ସୂର୍ଯ୍ୟମୟୀ ମହାପାତ୍ର ଅଛନ୍ତି ।

ଏଥିସହ ଦିବ୍ୟା ମହାନ୍ତି, ସନୋଜ କୁମାର , ମନ୍ମୟ ଦେ , ଚୌଧୁରୀ ଜୟପ୍ରକାଶ ଦାଶ, ନିଶାନ୍ତ ମାଜିଠିଆ, ଉଦିତ ଗୁରୁ, ତାପସ ସରଘରିଆ, ସୁଭଜିତ ଆନନ୍ଦ, ଭବେଶ ଏବଂ ପ୍ରଦୀପ ଦେବତା ପ୍ରମୁଖ ନଜର ଆସିବେ । କାହାଣୀ ଓ ସଂଳାପରେ ମାନସ ପଢିଆରୀ ଥିବାବେଳେ ଡିଓପିରେ ଅଛନ୍ତି ଦୀପକ କୁମାର । ତେବେ ଅପେକ୍ଷା ଅକ୍ଟୋବର ୯ତାରିଖକୁ । ଓଡ଼ିଶାର ଦଶହରାରେ ଏଥର ହେବ ଚିରିଙ୍ଗ୍ ଚିରିଙ୍ଗ୍ ।

Leave a Reply

Your email address will not be published. Required fields are marked *