ନୂଆଦିଲ୍ଲୀ, ୨୪/୧୦: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସଞ୍ଜୀବ ଖାନ୍ନା। ତାଙ୍କ ନିଯୁକ୍ତି ସମ୍ପର୍କରେ ବିଜ୍ଞପ୍ତି ଜାରି କରାଯାଇଛି। ବର୍ତ୍ତମାନର ପ୍ରଧାନ ବିଚାରପତି ଚନ୍ଦ୍ରଚୁଡ ନଭେମ୍ବର ୧୦ରେ ଅବସର ନେଉଛନ୍ତି। ନଭେମ୍ବର ୧୧ରୁ ଜଷ୍ଟିସ ଖାନ୍ନା ପ୍ରଧାନ ବିଚାରପତି ହେବେ। ସେ ଦେଶର ୫୧ତମ ପ୍ରଧାନ ବିଚାରପତି ହେବେ।
ସେ ମେ ୧୩ ୨୦୨୫ରେ ଅବସର ନେବାକୁ ଯାଉଛନ୍ତି। ଏହିପରି ତାଙ୍କର କାର୍ଯ୍ୟକାଳ ପ୍ରାୟ ୬ ମାସ ହେବ। ସେ ୨୦୨୫ ମେ’ ୧୩ରେ ଅବସର ନେବେ।ସୂଚନାଯୋଗ୍ୟ, ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ତାଙ୍କର ଉତ୍ତରାଧିକାରୀ ଭାବେ ସର୍ବବରିଷ୍ଠ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ।