ହେମନ୍ତ ସୋରେନ ବ୍ୟକ୍ତିଗତ ସଚିବଙ୍କ ଘରେ ଆୟକର ଚଢ଼ଉ

ନୂଆଦିଲ୍ଲୀ, ୯ / ୧୧ : ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟକ୍ତିଗତ ସଚିବ ସୁନୀଲ ଶ୍ରୀବାସ୍ତବଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ସୁନୀଲ ହେମନ୍ତଙ୍କର ଅତ୍ୟନ୍ତ ଘନିଷ୍ଠ। ଟିକସ ଫାଙ୍କି ଅଭିଯୋଗରେ ଏହି ଚଢ଼ଉ କରାଯାଇଥିବା ଜଣାପଡ଼ିଛି।

ଆୟକର ବିଭାଗର ୯ଟି ଟିମ୍‌ ସୁନୀଲଙ୍କ ରାଞ୍ଚି ଓ ଜାମସେଦପୁରଠାରେ ଥିବା ବିଭିନ୍ନ ଠିକଣାରେ ଥିବା ଘର ଏବଂ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି। ଆଗକୁ ନିର୍ବାଚନ ଥିବାବେଳେ ଏହି ଚଢ଼ଉକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *