ଭୁବନେଶ୍ବର,୫/୧୧ : କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣାର ଆରଡିସି ତଦନ୍ତ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଗାଁରେ ଆମ୍ବ ଟାକୁଆ ଜାଉ ଖାଇବା ପରେ ୨ ମହିଳାଙ୍କ ମୃତ୍ୟୁ ଘଟିଛି।
୨ଜଣଙ୍କ ମୃତ୍ୟୁ ସହ ୬ଜଣ ଅସୁସ୍ଥ ହୋଇଛନ୍ତି। ୬ ଅସୁସ୍ଥଙ୍କ ମଧ୍ୟରୁ ୨ଜଣ କଟକ ଏସସିବି ମେଡ଼ିକାଲରେ ଚିକିତ୍ସାଧୀନ ରହିଛନ୍ତି।ଏ ନେଇ ଖୁବଶୀଘ୍ର ବିଧିବଦ୍ଧ ବିଜ୍ଞପ୍ତି ଓ ଏସଓପି ଜାରି ହେବ। ଭବିଷ୍ୟତରେ ଯେଭଳି ଏପରି ଘଟଣାର ପୁନରାବୃତ୍ତି ନ ହେବ ସେଥିପାଇଁ ମଧ୍ୟ ଆରଡିସି ଆବଶ୍ୟକ ମତାମତ ଦେବେ ବୋଲି କୁହାଯାଇଛି।