ଅକ୍ଷୟ ସାହିତ୍ୟ ଓ ସଙ୍ଗୀତ ସମ୍ମାନ ପାଇବେ ଗାଳ୍ପିକ ଆଦିତେଶ୍ବର ମିଶ୍ର ଓ କଣ୍ଠଶିଳ୍ପୀ ସୌରଭ ନାୟକ

ଭୁବନେଶ୍ବର, ୧୪/୧୧ : ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ, ସଂସ୍କୃତି ଓ ସଂସ୍କୃତି ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଖ୍ୟାତ ସଙ୍ଗୀତଜ୍ଞ ସ୍ବର୍ଗତଃ ଅକ୍ଷୟ ମହାନ୍ତିଙ୍କ ୨୨ତମ ଶ୍ରାଦ୍ଧ ଦିବସ ଭୁବନେଶ୍ବର ରବିନ୍ଦ୍ର ମଣ୍ଡପଠାରେ ଚଳିତ ମାସ ନଭେମ୍ବର ୧୭ତାରିଖ ସନ୍ଧ୍ୟା ୬ଟା ସମୟରେ ଅନୁଷ୍ଠିତ ହେବ । ଏହି ଉତ୍ସବରେ ଅକ୍ଷୟ ସାହିତ୍ୟ ଓ ସଙ୍ଗୀତ ସମ୍ମାନ ପାଇବେ ଗାଳ୍ପିକ ଆଦିତେଶ୍ବର ମିଶ୍ର ଏବଂ କଣ୍ଠଶିଳ୍ପୀ ସୌରଭ ନାୟକ ।

ପୁରସ୍କୃତ ବ୍ୟକ୍ତିମାନଙ୍କୁ ମାନପତ୍ର, ଉପଢୌକନ ଓ ଟ୍ରଫି ପ୍ରଦାନ କରାଯିବ । ଅକ୍ଷୟ ସଙ୍ଗୀତକୁ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଇଂ ବିଚିତ୍ରା ନନ୍ଦ ଦେଓ, ଶୈଳଭାମା ମହାପାତ୍ର, ସୌରଭ ନାୟକ, ଅଦ୍ୟାଶା ଦାଶ, ସଞ୍ଜୟ ମିଶ୍ର, ରୀତିକା ରିମଝିମ୍, ପ୍ରତିଭା ପ୍ରଧାନ ପ୍ରମୁଖ କଣ୍ଠଦାନ କରିବେ । ଭାଓଲିନ ବାଦକ ରାକେଶ ବିଶ୍ବାଳ ଅକ୍ଷୟ ସଙ୍ଗୀତ ଭାଓଲିନରେ ପରିବେଷଣ କରିବେ ବୋଲି ସଂସ୍କୃତି ଓ ସଂସ୍କୃତିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଏବଂ ସମ୍ପାଦକ ତଥା ସିନେ ସମୀକ୍ଷକ ଦିଲ୍ଲୀପ ହାଲି ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *