ବାଲିଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କୁ ପାସେଞ୍ଜର ଭଳି ବ୍ୟବହାର, ରାଗିଗଲେ ମୋହନ

ଭୁବନେଶ୍ବର,୧୫/୧୧ : ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା । ନୌବାଣିଜ୍ୟ ପରମ୍ପରାର ଗାଥା ବହନ କରୁଥିବା ଏହି ବୃହତ ବାଣିଜ୍ୟିକ ମହାକୁମ୍ଭ ଆଜି ଉଦ୍‌ଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ‌ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଐତିହାସିକ ବାଲିଯାତ୍ରାକୁ ଉଦ୍‌ଘାଟନ କରିଛନ୍ତି । ପରେ ମୁଖ୍ୟମନ୍ତ୍ରୀ ମେଳା ବୁଲି ଦେଖିଥିଲେ ।

ଚଳିତବର୍ଷ ଉପର ଓ ତଳ ପଡ଼ିଆକୁ ମିଶାଇ ମୋଟ୍‌ ୩୨ ଏକର ଜାଗାରେ ୨୫୦୦ରୁ ଅଧିକ ଷ୍ଟଲ କରାଯାଇଛି। ବାଲିଯାତ୍ରାକୁ ଭବ୍ୟ ଓ ଆକର୍ଷଣୀୟ କରିବା ସହ ଅନ୍ତର୍ଜାତୀୟ ସ୍ତରରେ ପହଁଞ୍ଚାଇବା ପାଇଁ ୧୩ଟି ଦେଶର ରାଷ୍ଟ୍ରଦୂତଙ୍କୁ ଅତିଥି କରାଯିବା ସହ ୮ଟି ଦେଶର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ।ମାତ୍ର ଏହାରି ଭିତରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ବାଲିଯାତ୍ରାର ପରିଚାଳନାକୁ ନେଇ ଉଠିଛି ପ୍ରଶ୍ନବାଚୀ ।

ମୁଖ୍ୟମନ୍ତ୍ରୀ ମେଳା ବୁଲି ଦେଖିବା ଆରମ୍ଭ କରିବା ସମୟରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଥିଲା । ସେଠାରେ ଥିବା ସ୍ବତନ୍ତ୍ର ବ୍ୟାଟେରୀ ଚାଳିତ ଗାଡ଼ିରେ ମୁଖ୍ୟମନ୍ତ୍ରୀ ବସିବା ସମୟରେ ହଠାତ୍ ରାଗି ଯାଇଥିଲେ । ଯାହାର କାରଣ ଥିଲା କି ଉକ୍ତ ବ୍ୟାଟେରୀ ଗାଡ଼ିରେ ଅଧିକ ବ୍ୟକ୍ତି ବସିବାକୁ ନେଇ । ନିମନ୍ତ୍ରିତ ଅତିଥୀଙ୍କ ପାଇଁ ଗାଡ଼ିର ବ୍ୟବସ୍ଥା ହୋଇଥିଲା। ମାତ୍ର ଏଠି ପ୍ରଶ୍ନ ଉଠୁଛି ଗୋଟିଏ ଗାଡ଼ି‌ରେ କିଭଳି ଭାବେ ଏତେ ଜଣ ବ୍ୟକ୍ତିଙ୍କ ପାଇଁ ବ୍ୟବସ୍ଥା ହୋଇଥିଲା । ଯାହାକୁ ନେଇ ରାଗି ଗଲେ ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *