କମିଲା ନବୀନଙ୍କ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର,୨/୧୧ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ ପାଇଛି । ମୁଖ୍ୟମନ୍ତ୍ରୀ ପଦ ହରାଇଥିଲେ ବି ସେ ରାଜ୍ୟର ୫-୫ ଥର କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ରହିଛନ୍ତି । ଏଥିସହ ସେ ବିରୋଧୀ ଦଳ ନେତା ମଧ୍ୟ ଅଟନ୍ତି। ବର୍ତ୍ତମାନ ତାଙ୍କ ସୁରକ୍ଷା ବ୍ୟବସ୍ଥା ଜେଡରୁ କମାଯାଇ ଓ୍ବାଇ କରାଯାଇଛି । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇପଡିଛି । ଏହାକୁ ନେଇ ଶାସକ-ବିରୋଧୀ ମୁହାମୁହିଁ ହୋଇଛନ୍ତି । ସୂଚନାଅନୁସାରେ ତାଙ୍କ z କ୍ୟାଟେଗୋରୀ ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରାଯାଇ ବର୍ତ୍ତମାନ y କ୍ୟାଟେଗୋରୀ କରାଯାଇଛି ।

ତେବେ ଏକ ଉଚ୍ଚସ୍ତରୀୟ ସମିତିର ସୁପାରିଶ ପରେ ତାଙ୍କର ସୁରକ୍ଷା ବ୍ୟବସ୍ଥା ହ୍ରାସ କରାଯାଇଛି । ଯେତେବେଳେ ସେ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ତାଙ୍କୁ ଜେଡ୍‌ ଶ୍ରେଣୀର ସୁରକ୍ଷା ମିଳୁଥିଲା । ଯେଉଁଥିରେ ୨୦୦ ସୁରକ୍ଷାକର୍ମୀ ତାଙ୍କୁ ଓ ନବୀନ ନିବାସର ସୁରକ୍ଷା ପାଇଁ ନିୟୋଜିତ ରହୁଥିଲେ । ଏହି ଜେଡ୍‌ ସୁରକ୍ଷା ଅନୁଯାୟୀ, ଜଣେ ବ୍ୟକ୍ତିଙ୍କୁ ୨୨ personnel ଦ୍ୱାରା ସୁରକ୍ଷା ଦିଆଯାଇଥାଏ। ତେବେ ଏହି ସୁରକ୍ଷା ହ୍ରାସ ପାଇବା ପରେ ନବୀନଙ୍କୁ ମାତ୍ର ୧୦ଜଣ ସୁରକ୍ଷା କର୍ମୀ ସୁରକ୍ଷା ଯୋଗାଇଦେବେ। ଯେଉଁଥିରେ ଦୁଇଜଣ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (PSOs) ରହିବେ। ଗୃହ ବିଭାଗର ଏକ ଅଧିକାରୀଙ୍କ ସୂଚନାନୁସାରେ, ନବୀନଙ୍କୁ ଏଣିକି ଓ୍ବାଇ କ୍ୟାଟୋଗରୀ ସୁରକ୍ଷା ଦିଆଯିବ। ଯେଁଥିରେ ୮-୧୧ଜଣ ସୁରକ୍ଷା କର୍ମୀ ନିୟୋଜିତ ରହିବେ। ଯଦି ଆବଶ୍ୟକତା ପଡେ ତେବେ କୌଣସି ଗସ୍ତ ପାଇଁ ତାଙ୍କୁ ଆଉ ଅଧିକ ସୁରକ୍ଷା କର୍ମୀ ଯୋଗାଇ ଦିଆଯିବ।ରିପୋର୍ଟ ଅନୁସାରେ, ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ସହ ଦୀର୍ଘ ସମୟ ଧରି କାର୍ଯ୍ୟ କରୁଥିବା ପିଏସଓ ସେବା ନିବୃତ ହୋଇ ସାରିଛନ୍ତି । କିନ୍ତୁ ଏବେ ବି ସେମାନେ ତାଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ନିୟୋଜିତ ଅଛନ୍ତି। ତେବେ ଅଧିକାଂଶ ସୁରକ୍ଷାକର୍ମୀଙ୍କୁ ହଟାଯାଇଥିବାବେଳେ କେବଳ ଦୁଇ ଜଣ ହାବିଲଦାର ର଼୍ୟାଙ୍କର ଥିବା କନଷ୍ଟେବଳଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ବୋଲି ସୂଚନା ମିଳିଛି।ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ହ୍ରାସ ପାଇବ ସୁରକ୍ଷା ବ୍ୟବସ୍ଥା। ନବୀନଙ୍କ ସହ ଅନ୍ୟ କେତେକଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ ପାଇବ। ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ୱାଇ.ବି ଖୁରାନିଆ। ସେ କହିଛନ୍ତି, ଏହା ଏକ ରେଗୁଲାର ପ୍ରୋସେସ। ସମୟ ଅନୁସାରେ ରାଜ୍ୟସ୍ତରୀୟ କମିଟି ଏହାକୁ ରିଭ୍ୟୁ କରେ। କମିଟି ନିଷ୍ପତ୍ତି ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ।ତେବେ ଏହି ପ୍ରସଙ୍ଗ ନେଇ ମୁହଁ ଖୋଲିଛନ୍ତି ବରିଷ୍ଠ ଭାଜପା ବିଧାୟକ ଜୟନାରାୟର ମିଶ୍ର। ସେ କହିଛନ୍ତି, ବିଜେଡି ସରକାର ଯେଉଁ ଅନ୍ୟାୟ, ଅତ୍ୟାଚାର କରିଛନ୍ତି ସେଥିପାଇଁ ତାଙ୍କ ମନରେ ଭୟ ରହିଛି।

ଲୋକମାନେ କାଳେ କିଛି କରିଦେବେ ସେଥିପାଇଁ ସୁରକ୍ଷା ନେଉଛନ୍ତି। ଯାହା ପୂର୍ବ ସରକାରରେ କରିଛନ୍ତି, ଲୋକେ କାଳେ ତାଙ୍କୁ ବାଡେଇବେ ନେଇ ଭୟରେ ରହୁଛନ୍ତି ନବୀନ।କିନ୍ତୁ ମୁଁ ବିରୋଧୀଦଳ ନେତା ଥିଲାବେଳେ କେବେ ସୁରକ୍ଷା ନେଇ ନ ଥିଲି। ଏବେ ବି ବିଧାୟକ ଭାବେ ସୁରକ୍ଷା ନେଇନାହିଁ। ଏବେ ଯଦି ବିରୋଧୀ ଦଳ ନେତାଙ୍କ ସୁରକ୍ଷା ହ୍ରାସ ପାଉଛି ତା’ର ନିୟମ ଅଛି। ସେହି ଅନୁସାରେ ସରକାର କାମ କରୁଛନ୍ତି ବୋଲି ଜୟନାରାୟଣ କହିଛନ୍ତି।

Leave a Reply

Your email address will not be published. Required fields are marked *