ଭୁବନେଶ୍ବର, ୨୮/୧୧ : ଅବସର ଥିଲା ବିବାହ ଉତ୍ସବର । ହଠାତ୍ ନଜର ଆସିଲେ ଭିକେ ପାଣ୍ଡିଆନ । ଯାହାର ଭିଡ଼ିଓ ଏବେ ମୋବାଇଲକୁ ମୋବାଇଲ ଘୁରି ବୁଲୁଛି । ସୋସିଆଲ ମିଡ଼ିଆରେ ୟୁଜର୍ସ ଭଲ ପାଇବା ଅଜାଡ଼ି ଦେଉଛନ୍ତି । ତାଙ୍କର ପ୍ରିୟ ବରିଷ୍ଠ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ବହୁ ଦିନ ପରେ କୌଣସି କାର୍ଯ୍ୟକ୍ରମରେ ଦେଖି ।
ଏହା ପୂର୍ବରୁ ଶେଷ ଥର ପାଇଁ ସେ ଭିଡ଼ିଓ ମାଧ୍ୟମରେ ନଜର ଆସିଥିଲେ । ଯେଉଁଥିରେ ସେ କହିଥିଲେ କି , ସେ ରାଜନୀତିରୁ ସନ୍ନ୍ୟାସ ନେଉଛନ୍ତି । ୯ ଜୁନ୍ ୨୦୨୪ରେ ଥିଲା ଏହି ଭିଡ଼ିଓ । ପ୍ରକାଶ ଯେ, ତାହା ପୂର୍ବରୁ ଏକ ନିର୍ବାଚନୀ ସଭାରେ ପାଣ୍ଡିଆନ ଅତି ଦମ୍ଭର ସହି ଘୋଷଣା କରିଥିଲେ କି, ଯଦି ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ନହୁଅନ୍ତି ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେବେ । ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରି ଏମିତି କହିଥିଲେ ପାଣ୍ଡିଆନ । ଆଉ ସତକୁ ସତ ସେୟା ହିଁ କରିଥିଲେ । ବିଜୁ ଜନତା ଦଳର ଶୋଚନୀୟ ପରାଜୟ ପରେ ସକ୍ରିୟ ରାଜନୀତିରୁ ଓହରି ଯାଇଥିଲେ ଭିକେ ପାଣ୍ଡିଆନ ।IAS ଚାକିରି ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ ଭିକେ ପାଣ୍ଡିଆନ । ଦଳର ଫ୍ରଣ୍ଟ ଲାଇନ୍ରେ ରହି ନିର୍ବାଚନ ପରିଚାଳନା କରୁଥିଲେ । ରାଜ୍ୟ ସାରା ବିଜେଡି ପକ୍ଷରୁ କ୍ୟାମ୍ପେନିଂ କରୁଥିଲେ ।
କିନ୍ତୁ ଦଳ ୨୪ ବର୍ଷ ପରେ ଶୋଚନୀୟ ପରାଜୟ ବରଣ କରିଥିଲା । ଆଉ ଦଳ ପରାଜୟର କାରଣ କେବଳ ପାଣ୍ଡିଆନ ବୋଲି ଅନେକ ଦଳୀୟ କର୍ମୀ ଖୋଲାଖୋଲି ଭାବେ ଅସନ୍ତୋଷ ଝାଡିଥିଲେ । ଦଳରେ ତାଙ୍କୁ ନେଇ ଅସନ୍ତୋଷ ବି ବଢୁଥିଲା । ତେବେ ଇତି ମଧ୍ୟରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ପାଣ୍ଡିଆନ ।ତେବେ ଏ ସବୁ ଲେଖିବାର କାରଣ ଏହି କି ଯେ ନଭେମ୍ବର ୨୭ତାରିଖ । ଯାହା ଦେଖିବାକୁ ମିଳିଛି ନବୀନଙ୍କ ଲକି ନମ୍ବରକୁ ଆପେଣିଇ ନାହାନ୍ତି ତ ପାଣ୍ଡିଆନ । ୨୭ ନଭମ୍ବେର ୨୦୨୩ରେ ସେ ରାଜନୀତିରେ ଯୋଗ ଦେଇଥିଲେ । ସନ୍ନ୍ୟାସର ଘୋଷଣା ପରେ ପୁଣି ଥରେ ୨୭ନଭେମ୍ବର ୨୦୨୪ରେ ସାଧାରଣ କାର୍ଯ୍ୟକ୍ରମରେ ନଜର ଆସିଲେ । ଏହି ସଂଯୋଗ କେଉଁଠି ନା କେଉଁଠି ନବୀନଙ୍କ ସହ ମିଶୁଛି । କୁହାଯାଇପାରେ ଏହା ଏକ ଭ୍ରମ । ମାତ୍ର ସଂଯୋଗ ବଶତ ତାରିଖର ନମ୍ବର ମିଶି ‘୯’ହେଉଛି । ଏହାସହ ସ୍ତ୍ରୀ ସୁଜାତା କାର୍ତ୍ତିକେୟନ ବି ୬ ମାସର ଛୁଟି ପରେ ପୁଣି ଉକ୍ତ ଦିନ କାର୍ଯ୍ୟକ୍ଷେତ୍ରକୁ ଫେରିଛନ୍ତି ।
ତେବେ ଏହି ଛୁଟି ନେବା ଓ ପୁଣି କାର୍ଯ୍ୟକୁ ଫେରିବାର ଘଟଣାକ୍ରମ ବି ବେଶ୍ କୌତୁହଳ ଥିଲା। ଏଥିରୁ ଜଣାପଡ଼ୁଛି ନବୀନଙ୍କ ଲକି ନମ୍ବର ଏବେ ପାଣ୍ଡିଆନଙ୍କ ହାତରେ । ତେବେ ଆଗକୁ ଏହି ନମ୍ବର ଗଣିତରେ ପାଣ୍ଡିଆନ କେତେ ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।