ଜୟନାରାୟଣଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଟେନସନରେ ବିଜେପି

ଭୁବନେଶ୍ବର,୮/୩ : ଟେନସନରେ ଶାସକ ଦଳ । ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟ ପୁଣି ରାଜ୍ୟ ରାଜନୀତିକୁ ସରଗରମ କରିଛି । ସମ୍ବଲପୁରରେ ସୁଭଦ୍ରା କାର୍ଯ୍ୟକ୍ରମରେ ଯୋଗଦେଇ ଜୟନାରାୟଣ ଉତ୍କଳ ଏବଂ କୋଶଳ ପ୍ରସଙ୍ଗ ସମ୍ପର୍କରେ କହିଛନ୍ତି । କୋଶଳ କି କଳିଙ୍ଗର ଜୟଗାନ ହେଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଉତ୍କଳ କହିଲେ କେବଳ କଟକ, ପୁରୀ ଓ ବାଲେଶ୍ୱରକୁ ବୁଝାଉଛି । ଏହା ଏକ ମାନସିକତା,ଆମକୁ ତୁମେ ଶୋଷଣ କରୁଛ। ଆମେ ଓଡ଼ିଶାରେ ମିଶି ବଡ଼ ଭୁଲ୍ କରିଦେଲୁ ।

ଏହା ଆମର ଐତିହାସିକ ଭୁଲ୍ ଥିଲା ଏବଂ ଏନେଇ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି। ସବୁବେଳେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ଜୟନାରାୟଣ ବର୍ତ୍ତମାନ ବିରୋଧୀଙ୍କ ଟାର୍ଗେଟ ହୋଇପାରନ୍ତି ଏବଂ ବିଧାନସଭାରେ ଏନେଇ ବିରୋଧୀ ଶାସକ ଦଳଙ୍କୁ ଘେରିବାର ଆଶଙ୍କା ରହିଥିବା କୁହାଯାଉଛି । ଜୟନାରାୟଣ ମିଶ୍ରଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ବିରୋଧି ଦଳ ଏବେ ଶାସକ ଦଳକୁ ଘେରିବାକୁ ଏକ ପ୍ରସଙ୍ଗ ମିଳିଯାଇଛି । ସୋସିଆଲ ମିଡ଼ଆଠାରୁ ଆରମ୍ଭ କରି ନେତାଙ୍କ ବୟାନ ବାଜି ଏବେ ସାମ୍ନାକୁ ଆସିଛି ।

Leave a Reply

Your email address will not be published. Required fields are marked *