ନୀତୀଶ କୁମାର ଏବଂ ନବୀନ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ଦାବି

ଭୁବନେଶ୍ବର, ୨୫/୧୨ : ଚର୍ଚ୍ଚାରେ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହଙ୍କ ମନ୍ତବ୍ୟ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ କରାଯିବା ଉଚିତ ବୋଲି ସେ କହିଛନ୍ତି । ବୁଧବାର ନିଜ ସଂସଦୀୟ କ୍ଷେତ୍ର ବିହାରର ବେଗୁସରାଇରେ ଏଭଳି ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି ମନ୍ତ୍ରୀ ଶ୍ରୀ ସିଂହ ।

ସେ କହିଛନ୍ତି, ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ନ ହେଲା ପର୍ଯ୍ୟନ୍ତ ବିହାର ଏହାର ଖରାପ ରାସ୍ତା, ଦୁର୍ବଳ ସ୍କୁଲ୍ କୋଠା ଆଦି ପାଇଁ ବେଶ୍ ଜଣାଶୁଣା ଥିଲା। କିନ୍ତୁ ନୀତୀଶ ରାଜ୍ୟକୁ ଏକ ନୂଆ ସ୍ତରକୁ ନେଇ ଯାଇଛନ୍ତି। ବର୍ତ୍ତମାନର ଛୁଆମାନେ ଲାଲୁଙ୍କ ଜଙ୍ଗଲ ରାଜ ଦେଖି ନାହାନ୍ତି। ନୀତୀଶ କୁମାର ଏହି ରାଜ୍ୟର ବିକାଶ କରିଛନ୍ତି। ସେହିପରି ନବୀନ ପଟ୍ଟନାୟକ ଓଡ଼ିଶାକୁ ବହୁ ବର୍ଷ ଧରି ଶାସନ କଲେ। ସେମାନଙ୍କ ଭଳି ନେତାମାନେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତରତ୍ନ’ ପାଇବାକୁ ହକଦାର।

Leave a Reply

Your email address will not be published. Required fields are marked *