ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାଁରେ ଫେକ୍ ଆଇଡି। ତାଙ୍କ ନାଁରେ ଖୋଲିଛି ଫେକ୍ ‘X’ ଆକାଉଣ୍ଟ। ଆଉ ସେହି ଆକାଉଣ୍ଟରେ ଫେକ୍ ନ୍ୟୁଜ୍ ପୋଷ୍ଟ ହେଉଛି। ଆଜି 5-T ଓ ମୋ ସରକାରକୁ ନେଇ ଏକ ଫେକ୍ ନ୍ୟୁଜ ପୋଷ୍ଟ ପରେ ସ୍ପଷ୍ଟୀକରଣ ଦେଇଛି ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଏଥିସହ ଫେକ୍ ଓ ପ୍ରକୃତ ଆଇଡିର ହୋମ୍ ପେଜ୍ ପୋଷ୍ଟ କରିଛି।ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପୋଷ୍ଟ କରିଥିବା ପେଜରୁ ଦେଖିବାକୁ ମିଳିଛି ଦୁଇଟି(ଫେକ୍ ଓ ପ୍ରକୃତ)ର ମାଷ୍ଟହେଡ୍ ସମାନ ରହିଥିଲା ବେଳେ ଫେକ୍ ଆକାଉଣ୍ଟ @mohanmajhi_BJP ଲେଖାଯାଇଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ‘X’ ଆକାଉଣ୍ଟ ହେଉଛି @MohanModisha। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଫେସ୍ବୁକ୍ ଆକାଉଣ୍ଟ https://facebook.com/MohanMOdisha ରହିଥିବା ବେଳେ Instagram https://instagram.com/mohanmodisha/ ରହିଛି।ସୂଚନାରୁ ପ୍ରକାଶ, ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଫେକ୍ ‘X’ ଆକାଉଣ୍ଟରେ 5-T ଓ ମୋ ସରକାର ହଟାଗଲା ବୋଲି ଲେଖାଯାଇଥିଲା। ଏହା ପରେ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରଣ କରାଯାଇଥିଲା। ଏହା ପରେ ନାନା ଚର୍ଚ୍ଚା ଆରମ୍ଭ ହୋଇଥିଲା। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତତ୍ପର ହୋଇଥିଲା ଓଡ଼ିଶା ସରକାର। 5-T ଓ ମୋ ସରକାର ସମ୍ପର୍କିତ ଖବର ପ୍ରକାଶ ପାଇଥିବା ‘X’ ଆକାଉଣ୍ଟଟି ମୁଖ୍ୟମନ୍ତ୍ରୀଙ୍କର ନୁହେଁ ବୋଲି ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସ୍ପଷ୍ଟ କରିଥିଲା।
Related Posts
ଶ୍ରୀମନ୍ଦିରରେ ବ୍ୟବହୃତ ଘିଅର ମାନ ଯାଞ୍ଚ ହେବ
- satakhabar
- September 24, 2024
- 0
ପୁରୀ,୨୪/୯ : ତିରୁପତିରେ ପ୍ରଭୁ ଭେଙ୍କଟେଶ୍ୱରଙ୍କ ଲଡ଼ୁ ମହାପ୍ରସାଦରେ ବ୍ୟବହୃତ ହେଉଥିବା ଘିଅରେ ପଶୁ ଚର୍ବି ମିଶୁଥିବା ଅଭିଯୋଗ ହେବା ପରେ ଶ୍ରୀମନ୍ଦିରରେ ବ୍ୟବହୃତ ହେଉଥିବା ଘିଅ ପ୍ରସଙ୍ଗ ମଧ୍ୟ ଉଠିଛି । ପୁରୀ […]
ଶିମିଳିପାଳରେ ନାକେଦମ କଲାଣି ଜଙ୍ଗଲ ନିଆଁ
- satakhabar
- April 22, 2024
- 0
ବାରିପଦା:ରାଜ୍ୟରେ ବଢୁଛି ଜଙ୍ଗଲ ନିଆଁ। ବିରାଟ ବନାଞ୍ଚଳ, ବିରଳ ଜୈବ ମଣ୍ଡଳ ତଥା ମୟୂରଭଞ୍ଜର ଜନଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଲିଭିବା ପରିବର୍ତ୍ତେ ବ୍ୟାପୀ ଚାଲିଛି। ଶନିବାର ଓଡ଼ିଶାରେ […]
ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ
- satakhabar
- May 30, 2024
- 0
ଭୁବନେଶ୍ବର, ୩0/୫ : ଦେଶର ସପ୍ତମ ତଥା ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ସରୁଛି। ଏନେଇ ରାଜ୍ୟରେ ବିଜେଡି, ବିଜେପି, କଂଗ୍ରେସ ସମେତ ସମସ୍ତ ପ୍ରମୁଖ ଦଳର ଷ୍ଟାର […]