ଭୁବନେଶ୍ବର, ୨୮/୩ : ନାରୀ ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସ ଆନ୍ଦୋଳନ ଗୁରୁବାର ସାରା ଓଡ଼ିଶା ଦେଖିଛି । ଏହାରି ଭିତରେ କଂଗ୍ରେସ ମିଡ଼ିଆ ସେଲ୍ ଅଧ୍ୟକ୍ଷ ପବନ ଖେରା କହିଛନ୍ତି କି କିଟ୍କୁ ଏନଆଚରସିରୁ ଏକ ନୋଟିସ ଆସିଛି । ବଦନାମ୍ ହେବାରେ ଥିଲା ଆମେ ହୋଇଗଲୁ । ଯେଉଁମାନେ ସେଠି ପଢୁଛନ୍ତି ସେମାନେ ଅସୁରକ୍ଷିତ ଅଛନ୍ତି । ଆମର ପ୍ରଦେଶ ଅଧ୍ୟକ୍ଷଙ୍କ କହିବା ଅନୁସାରେ ଖୁବଶୀଘ୍ର ନାରୀ ନ୍ୟାୟ ସତ୍ୟାଗ୍ରହ ଆରମ୍ଭ ହେବାକୁ ଯାଉଛି । ଆମେ ବି ଆହ୍ବାନ କରୁଛୁ ଯେଉଁମାନେ ଏଥିରେ ଯୋଡ଼ିହେବାକୁ ଚାହୁଁଛନ୍ତି ସେମାନେ ଯୋଡ଼ି ହୁଅନ୍ତୁ । ଆସନ୍ତୁ ମହିଳାଙ୍କ ସୁରକ୍ଷା ଦେବା । ଯାହା କରିବାରେ ଅଛି କରନ୍ତୁ । ଆକ୍ସନ ନେଲେ ନ୍ୟାୟ ମିଳେ , ଷ୍ଟେଟମେଣ୍ଟ ଦେଲେ ମିଳେନି : ପବନ ଖେରା ।
ସେହିଭଳି ଗତକାଲିର ଘଟଣାକୁ ନେଇ କଂଗ୍ରେସର ପ୍ରତିବାଦ ରାଲି କରିଥିଲା । ଘଣ୍ଟ ବାଡେଇ ବାଡେଇ ମନ୍ଦିର ଯାଇଥିଲେ ନିଲମ୍ବିତ କଂଗ୍ରେସ ବିଧାୟକ । ଗତକାଲି ବିକ୍ଷୋଭ ସମୟରେ ପୋଲିସ ଆକ୍ରମଣରେ ଆହତ ହୋଇଥିବା କଂଗ୍ରେସ କର୍ମୀଙ୍କ ଆଶୁ ଆରୋଗ୍ୟ କାମନା କରି ରାଲି କରିଥିଲେ । କଂଗ୍ରେସ ଭବନରୁ ଘଣ୍ଟ ବାଡେଇ ବାଡେଇ ଅଶୋକନଗରସ୍ଥିତ ଆର୍ଯ୍ୟ ସଂସ୍କୃତି ମନ୍ଦିର ଯାଇଥିଲେ କଂଗ୍ରେସ ବିଧାୟକ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ତାରା ବାହିନୀପତି, ରମେଶ ଜେନାଙ୍କ ସମେତ ଅନ୍ୟ ବିଧାୟକ ସାମିଲ ଥିଲେ ।