ଭୁବନେଶ୍ବର,୧୬/୧ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁବାର କହିଛନ୍ତି, ପ୍ରସ୍ତାବ ଅନୁଯାୟୀ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା ବୃଦ୍ଧି ଉପରେ ଓଡ଼ିଶା ସରକାର ବିଚାର କରୁଛନ୍ତି। କେନ୍ଦ୍ରୀୟ ଅନୁମୋଦନ ଲୋଡିଥିବା ଏହି ପ୍ରସ୍ତାବ ଉଦୟପୁରରେ ଏକ ବିଧାନସଭା କର୍ମଶାଳାରେ ଉଠାଯାଇଥିଲା।
ବେତନ ବୃଦ୍ଧି ଦ୍ୱାରା ରାଜ୍ୟର ୭୪,୦୦୦ କେନ୍ଦ୍ରର ପ୍ରାୟ ୧.୪ ଲକ୍ଷ ଅଙ୍ଗନୱାଡି କର୍ମଚାରୀ ଉପକୃତ ହେବେ।ଏଥିସହ କର୍ମଜୀବୀ ମହିଳାମାନଙ୍କ ପାଇଁ ହଷ୍ଟେଲ ସୁବିଧା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଜାନୁଆରୀ ୧୦ରୁ ୧୫ ରାଜସ୍ଥାନ ଗସ୍ତରେ ଯାଇଥିବା ପାଞ୍ଚ ଦିନିଆ ଗସ୍ତ ସମୟରେ ସେ ‘ଚିନ୍ତନ ଶିବିର’ (ବିଧାନସଭା କର୍ମଶାଳା)ରେ ଯୋଗଦେବା ପରେ ଏଭଳି ମନ୍ତବ୍ୟ ପ୍ରଦାନ କରିଛନ୍ତି। ତେବେ ଅଙ୍ଗନୱାଡି କର୍ମଚାରୀଙ୍କ ବେତନ କେବେ ବୃଦ୍ଧି କରାଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।