ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ

ଭୁବନେଶ୍ବର, ୩0/୫ : ଦେଶର ସପ୍ତମ ତଥା ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ସରୁଛି। ଏନେଇ ରାଜ୍ୟରେ ବିଜେଡି, ବିଜେପି, କଂଗ୍ରେସ ସମେତ ସମସ୍ତ ପ୍ରମୁଖ ଦଳର ଷ୍ଟାର ପ୍ରଚାରକ ନେତାମାନେ ମାରାଥନ ପ୍ରଚାର କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଶକ୍ତି ଲଗାଇ ଦେଇଛନ୍ତି ।ପ୍ରଚାରର ଶେଷ ଦିନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡିଶା ଆସୁଛନ୍ତି । ସେ ଭଦ୍ରକ-ବାଲେଶ୍ବର ଲୋକସଭା ଆସନରେ ପ୍ରଚାର କରିବେ।ଭଦ୍ରକର ସିମୁଳିଆରେ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ।ପୂର୍ବାହ୍ନ ୧୧ଟା ୧୫ରେ ଭଦ୍ରକ ସ୍ଥିତ ସିମୁଳିଆ ଠାରେ ବିଶାଳ ଜନ ସଭାରେ ରାହୁଲ ଯୋଗ ଦେବେ। ଭଦ୍ରକ ଓ ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନେତା ଏହି ସମାବେଶରେ ରାହୁଲଙ୍କ ସହ ମଞ୍ଚ ଉପରେ ରହିବାର କାର୍ଯ୍ୟକ୍ରମ ରହିଛି।ନିର୍ବାଚନର ଶେଷ ଦିନରେ ରାହୁଲଙ୍କ ଏହା ତୃତୀୟ ଓଡ଼ିଶା ଗସ୍ତ ଓ ଓଡ଼ିଶାରେ ଶେଷ ପ୍ରଚାର। ଏହା ପୂର୍ବରୁ ସାଲେପୁର ଓ ବଲାଙ୍ଗୀର ଗସ୍ତରେ ରାହୁଲ ଓଡିଶା ଆସି ସାରିଛନ୍ତି। ସାଲେପୁର ସଭାରେ ରାଜ୍ୟ ସରକାରଙ୍କ ପ୍ରତି କଡ଼ା ମନୋଭାବ ପ୍ରକାଶ କରି ଭାଷଣ ଆରମ୍ଭରୁ ବର୍ଷି ଥିବା ବେଳେ,ବଲାଙ୍ଗୀର ସଭାରେ ରାହୁଲ ରାଜ୍ୟ ସରକାରଙ୍କ ପ୍ରତି ନରମ ମନୋଭାବ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *