ଖଣ୍ଡଗିରିକୁ ମନା ନିଶା, ସାହୁ ଭାଉଜ ଓ ରାଣୀ ପ୍ରିୟଦର୍ଶିନୀ

ଭୁବନେଶ୍ବର, ୧୪/୧ : ଖଣ୍ଡଗିରି ଯାତ୍ରା ପେଣ୍ଡାଲରେ ନାଚି ପାରିବେନି ନିଶା, ସାହୁ ଭାଉଜ ଓ ରାଣୀ ପ୍ରିୟଦର୍ଶିନୀ । ଯାତ୍ରା କମିଟି ଏହି ନିଷ୍ପତି ନେଇଛି । ଆଜି ଖଣ୍ଡଗିରି ଥାନାରେ ପୋଲିସ ସହ ବୈଠକ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଥାନା ପକ୍ଷରୁ ଯାତ୍ରା କମିଟିକୁ ମଧ୍ୟ ସିଧାସିଧା ମନା କରାଯାଇଛି ବାହାର ଆଇଟମ ଡ୍ୟାନସରଙ୍କୁ । ଆସନ୍ତା ୬ତାରିଖରୁ ୧୭ତାରିଖ ଯାଏଁ ଚାଲିବ ଯାତ୍ରା ମହାସମର। ଯାତ୍ରା ପାଇଁ ଆସନ୍ତାକାଲି ଏ ନେଇ ସ୍ଵତନ୍ତ୍ର କମିଟି ଗଠନ କରାଯିବ । ଏହି କୁମ୍ଭ ମେଳାରେ ମୋଟ୍ ୧୩ଟି ଅପେରା ସେମାନଙ୍କ ନାଟକ ଶୋ କରିବେ।

ପ୍ରକାଶ ଯେ, ବିଭିନ୍ନ ସମୟରେ ରାଜ୍ୟ ସାରା ଯାତ୍ରା ପେଣ୍ଡାଲରେ ଅଶ୍ଳୀଳତାକୁ ନେଇ ବହୁ ବାଦ ବିବାଦ ଦେଖାଦେଇଛି । ପୂରା ବିଚଳିତ କଲା ଭଳି ଦୃଶ୍ୟ ଯାତ୍ରା ପେଣ୍ଡାଲ୍‌ରେ । ଆଇଟମ୍‌ ଡ୍ୟାନ୍ସ ନାଁରେ ନଗ୍ନ ନାଚ । ଖୋଲା ମଞ୍ଚରେ ଦର୍ଶକଙ୍କ ଆଗରେ ଅଙ୍ଗ ପ୍ରଦର୍ଶନ । କିଏ ‘ଟିପିଟିପି ବର୍ଷା ପାନି’ରେ ଉଲଗ୍ନ ହେଲାଣି ତ କିଏ ‘ଭିଗି ଜାନେସେ’ରେ ଅଙ୍ଗ ଦେଖାଇ ଅଶ୍ଲୀଳତାର ପ୍ରଦର୍ଶନ କଲାଣି । ପୁଲିସ୍‌, ଦର୍ଶକ,ସାମାଜିକକର୍ମୀ ସମସ୍ତଙ୍କ ଆଗରେ ଏହିଭଳି ବେଆଇନ୍‌ ତଥା କଦର୍ଯ୍ୟ କାର୍ଯ୍ୟ ଅଭିନୀତ ହେଉଥିଲା । ମୁକ୍ତ ମଞ୍ଚରେ ଜାଣିଶୁଣି ଜନସାଧାରଣଙ୍କ ସମ୍ମୁଖରେ ଦେହ ପ୍ରଦର୍ଶନ ଭାରତୀୟ ନ୍ୟାୟ ସଂହିତାରେ ଧର୍ତ୍ତବ୍ୟ ଅପରାଧ । କିନ୍ତୁ କେହି ମାନୁନାହାନ୍ତି । ବରଂ ପ୍ରତିଯୋଗିତା ଆରମ୍ଭ ହୋଇଛି, ଏମିତି କରି କିଏ କେତେ ଚର୍ଚ୍ଚାରେ ରହୁଛି ।

ଓଡ଼ିଶା ଯାତ୍ରା ଜଗତରେ ୨-୩ ଜଣ ଆଇଟମ୍‌ ଗାର୍ଲଙ୍କ ଭିତରେ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ରାତିରାତି ନାଁ କମେଇବା ପାଇଁ ଅଙ୍ଗ ପ୍ରଦର୍ଶନୀକୁ ସାହାର କରିଛନ୍ତି ଏହି ଆଇଟମ୍‌ ଗାର୍ଲମାନେ ନିଜର ନୃତ୍ୟ ପରିବେଷଣ କରୁଥିଲେ । ଏ ସବୁକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *