୨୫ ବର୍ଷ ପରେ ଶାହରୁଖ ଖାନ ଛାଡ଼ିବେ ‘ମନ୍ନତ’, ରହିବେ ଭଡ଼ା ଘରେ

ମୁମ୍ବାଇ,୨୭/୨ : ବଲିଉଡ଼ ‘କିଙ୍ଗ ଖାନ’ ଶାହରୁଖ ନିଜ ଆଲିଶାନ ବଙ୍ଗଳା ‘ମନ୍ନତ’କୁ ଖାଲି କରିବେ। କିଛି ମାସ ପାଇଁ ବାନ୍ଦ୍ରାରେ ହିଁ ପରିବାର ସହ ସେ ଭଡ଼ା ଘରେ ରହିବେ। ଶାହରୁଖ ଜୈକୀ ଭଗନାନୀ ଏବଂ ତାଙ୍କ ଭଉଣୀ ଦୀପଶିଖଙ୍କଠାରୁ ପାଲି ହିଲରେ ଦୁଇଟି ଲଗଜରୀ ଡୁପ୍ଲେକ୍ସ ଆପାର୍ଟମେଣ୍ଟ ଭଡ଼ାକୁ ନେଇଛନ୍ତି ।

ଏହି ଦୁଇଟି ଆପାର୍ଟମେଣ୍ଟର ନାମ ‘ପୂଜା କାସା’।ପ୍ରକାଶ ଯେ, ମୁମ୍ବାଇ ସ୍ଥିତ ଶାହରୁଖ ଖାନଙ୍କ ଘର ‘ମନ୍ନତ’ର ମୂଲ୍ୟ ୨୦୦ କୋଟି ଟଙ୍କା। ବଲିଉଡ଼ର ସବୁଠୁ ବଡ଼ ସୁପରଷ୍ଟାରଙ୍କ ଏହି ଘର ପର୍ଯ୍ୟଟକଙ୍କ ପାଇଁ ଖୁବ ଲୋକପ୍ରିୟ।

ଶାହରୁଖ ଖାନ ଏବଂ ତାଙ୍କ ପରିବାର ପାଖାପାଖି ୨୫ ବର୍ଷରୁ ଏହି ପ୍ରସିଦ୍ଧ ବଙ୍ଗଳାରେ ରହିଆସୁଛନ୍ତି। ଏଚଟିର ଏକ ରିପୋର୍ଟ ମୁତାବକ ‘ମନ୍ନତ’ରେ ରେନୋଭେସନର କାମ ହେବାକୁ ଯାଉଛି। ଏହି କାରଣ ପାଇଁ ଶାହରୁଖ ବାହାରେ କିଛିଦିନ ପାଇଁ ଭଡ଼ାରେ ରହିବେ।

Leave a Reply

Your email address will not be published. Required fields are marked *