ଘମାଘୋଟକୁ ସମର୍ଥନ କରିବାକୁ ପ୍ରେକ୍ଷାଳୟରେ ପହଞ୍ଚିଲେ “ଆଜିର ରେବତୀ” ଟିମ୍

ଭୁବନେଶ୍ବର, ୭/୪ : ଘମାଘୋଟକୁ ସମର୍ଥନ କରିବାକୁ ସ୍ତୁତି ପ୍ରେକ୍ଷାଳୟରେ ପହଞ୍ଚିଲେ “ଆଜିର ରେବତୀ” ଟିମ୍ l ପ୍ରଥମ ଥର ଦେଖିବାକୁ ମିଳିଲା ଭାଇଚାରା l ଜଣେ ଅନ୍ୟ ଜଣଙ୍କ ସିନେମାକୁ କଲେ ସମର୍ଥନ l ପୂର୍ବରୁ ଏଭଳି ଦୃଶ୍ୟ କେବେ ଦେଖିବାକୁ ମିଳିନଥିଲା l ମାତ୍ର ଏବେ କୁହାଯାଉଛି ଏଭଳି ପ୍ରୟାସ ଓଲିଉଡ଼ ପାଇଁ ଶୁଭଙ୍କର l ଏହି ଅଵସରରେ ଘମାଘୋଟର କଳାକାରମାନେ ରେବତୀର କଳାକାରମାନଙ୍କୁ ସ୍ୱାଗତ କରିଥିଲେ lସୂଚନାଯୋଗ୍ୟ, ଘମାଘୋଟ ବର୍ତ୍ତମାନ ୨୫ଦିନରେ ପହଁଚିଛି l ରବିବାର ଦିନ ଘମାଘୋଟ ଟିମ୍ ଦର୍ଶକମାନଙ୍କ ସହ ମିଶି ସେଲିବ୍ରେସନ କରିଥିଲେ l ପ୍ରଯୋଜନା ସଂସ୍ଥା ପକ୍ଷରୁ ଏହାକୁ ଆଡ଼ମ୍ବର ସହ ଆୟୋଜନ କରାଯାଇଥିଲା l ଗୋଟେ ଓଡ଼ିଆ ସିନେମା ଦୀର୍ଘ ଦିନ ହଲରେ ଚାଲିବା ନିଶ୍ଚିତ ଭାବେ ଭଲ ଦିନ ଆସିଲା ବୋଲି ଆମେ କହିପାରିବା l

ଏହି ଅଵସରରେ ରେବତୀ ଟିମର ପ୍ରଯୋଜକ ରମେଶ ବାରିକ, ସଂଳାପ ଲେଖକ ଶ୍ୟାମା ପ୍ରସାଦ ମିଶ୍ର, କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ, ଅଭିନେତା ରବି ମିଶ୍ର, ସୁକାନ୍ତ ରଥ, ଅଭିନେତ୍ରୀ ପୁଷ୍ପା ପଣ୍ଡା, ବିଦୁସ୍ମିତା, ଅଭିନେତ୍ରୀ ଜୟଶ୍ରୀ ଷଡ଼ଙ୍ଗୀ, ଓଡ଼ିଆ ଟୋକା ଆକାଶ, କାର୍ଯ୍ୟକାରୀ ପ୍ରଯୋଜକ ଦୀପକ ଜେନା ପ୍ରମୁଖ ଉପସ୍ଥିତ ଥିଲେ l ଚଳଚ୍ଚିତ୍ରଟି ୨୫ଦିନ ହୋଇ ସାରିଛି ଆହୁରି ୧୦୦ଦିନ ଚାଲିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା କରାଯାଇଛି l ଘମାଘୋଟ ଟିମ୍ ପୂର୍ଣ୍ଣ ମାତ୍ରାରେ ଆଜିର ରେବତୀକୁ ପ୍ରଚାର ପ୍ରସାର କରିବେ ଏବଂ ସହଯୋଗର ହାତ ବଢ଼ାଇବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି l

Leave a Reply

Your email address will not be published. Required fields are marked *