ନ୍ୟୁଜିଲାଣ୍ଡ ବିପକ୍ଷରେ ଗିଲ୍ ନେଇ ପାରନ୍ତି ନେତୃତ୍ବ

ମୁମ୍ବାଇ, ୧/୩ : ଆସନ୍ତା ରବିବାର ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଚାମ୍ପିଅନ୍ସ ଟ୍ରଫିର ଶେଷ ଲିଗ୍‌ ମ୍ୟାଚ୍‌ରେ ଉପଅଧିନାୟକ ଶୁଭମନ ଗିଲ୍ ଭାରତୀୟ କ୍ରିକେଟ୍ ଦଳର ନେତୃତ୍ବ ନେଇପାରନ୍ତି। ନିୟମିତ ଅଧିନାୟକ‌ ରୋହିତ ଶର୍ମା ଆହତ ହୋଇଥିବାରୁ ଗିଲ୍‌ଙ୍କୁ ଏଭଳି ପ୍ରତୀକ୍ଷିତ ସୁଯୋଗ ମିଳିବାର ସମ୍ଭାବନା ରହିଛି। ତେବେ ଏ ନେଇ ବିସିସିଆଇ କିମ୍ବା ଭାରତୀୟ ଦଳ ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସୀମାରେଖା ଆଡ଼କୁ ଦ୍ରୁତ ଗତିରେ ଯାଉଥିବା ଏକ ବଲ୍‌କୁ ପିଛା କରୁଥିଲା ବେଳେ ରୋହିତଙ୍କ ମାଂସପେଶୀ ଟାଣି ହୋଇଯାଇଥିଲା। ରୋହିତ ପଡ଼ିଆରେ ଅନୁପସ୍ଥିତ ଥିଲା ବେଳେ ଗିଲ୍ ଭାରତୀୟ ଦଳର ଅଧିନାୟକ ଦାୟିତ୍ବ ତୁଲାଇଥିଲେ। ସେମିଫାଇନାଲ୍ ପ୍ରବେଶ ଦୃଷ୍ଟିରୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ର କୌଣସି ପ୍ରଭାବ ନଥିବାରୁ ଏବଂ ରୋହିତ ଶତ ପ୍ରତିଶତ ଫିଟ୍ ହୋଇ ନଥିବାରୁ ଗିଲ୍‌ଙ୍କୁ ଏହି ମ୍ୟାଚ୍‌ର ପୂରା ଦାୟିତ୍ବ ଦେବାକୁ ଦଳୀୟ ମ୍ୟାନେଜମେଣ୍ଟ୍ ଚିନ୍ତା କରୁଛି।

Leave a Reply

Your email address will not be published. Required fields are marked *