ଭକ୍ତଙ୍କ ନାରୀ ସୁରକ୍ଷା ପ୍ରସଙ୍ଗକକୁ ସୋସିଆଲ୍ ମିଡ଼ିଆରେ କଟାକ୍ଷ

ଭୁବନେଶ୍ବର,୧/୩ : ଶନିବାର ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ବିଶାଳ ପ୍ରଦର୍ଶନ କରିଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ କଂଗ୍ରେସ ରାଜଧାନୀ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବାବେଳେ କଂଗ୍ରେସ କର୍ମୀଙ୍କ ସହିତ ପୋଲିସର ଧସ୍ତାଧସ୍ତି ହୋଇଛି। ରାଜ୍ୟରେ ମହିଳା ନିର୍ଯାତନା ବୃଦ୍ଧି ପାଇଥିବାରୁ ଏହାକୁ ବିରୋଧ କରି କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

କଂଗ୍ରେସର ଏହି ପ୍ରସଙ୍ଗକୁ ଏବେ ସୋସିଆଲ ମିଡ଼ିଆରେ କଟାକ୍ଷର ଶିକାର ହେବାକୁ ପଡ଼ିଛି । ଯେଉଁ ଦଳ ଅଞ୍ଜନା ମିଶ୍ର ଘଟଣାରେ ଗାଦିରୁ ଯାଇଥିଲା ସେହି ଦଳ ଆଜି ମହିଳା ନିର୍ଯାତନା ବୃଦ୍ଧିକୁ ପ୍ରସଙ୍ଗ କରିବାକୁ କିଛି ଲୋକ ଗ୍ରହଣ କରିପାରୁନାହାନ୍ତି । ଏହାକୁ ନେଇ ସୋସିଆଲ ମିଡ଼ିଆରେ ଖୁବ୍ କଟାକ୍ଷର ଶିକାର ହେବାକୁ ପଡ଼ିଛି କଂଗ୍ରେସକୁ । ଏହି ପ୍ରତିବାଦରେ ପିସିସି ସଭାପତି ଭକ୍ତଚରଣ ଦାସ, ପୂର୍ବତନ ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ, ଛାତ୍ର, ଯୁବ ଓ ମହିଳା କଂଗ୍ରେସ କର୍ମୀ ସାମିଲ ଥିଲେ। ବିଜେପି ସରକାର ଆସିବା ଦିନଠୁ ରାଜ୍ୟରେ ଏଯାଏଁ ୧୬୦୦ ମହିଳାଙ୍କ ଉପରେ ଅତ୍ୟାଚାର ହୋଇ ସାରିଲାଣି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଏହି ପ୍ରତିବାଦରେ କଂଗ୍ରେସ କର୍ମୀ ସାମିଲ ଥିଲେ। ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି, ଓଡ଼ିଶାର ବିଭିନ୍ନ ବିଦ୍ୟାଳୟରେ ଛାତ୍ରୀମାନେ ଅସୁରକ୍ଷିତ ଅଛନ୍ତି । ସରକାର ଓ ପ୍ରଶାସନ ନୀରବ ରହିଛି । କିଟ୍‌ରେ ନେପାଳର ଇଂଜିନିୟରିଂ ଛାତ୍ରୀ ମୃତ୍ୟୁ, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଓ ଯାଜପୁର ଜିଲ୍ଲା ବରୀରେ ଦଶମ ଶ୍ରେଣୀ ଛାତ୍ରୀ ମା’ ହେବା ଘଟଣାରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କଂଗ୍ରେସର ନେତା ଓ କର୍ମୀ।

Leave a Reply

Your email address will not be published. Required fields are marked *