ମୁମ୍ବାଇ, ୨୧/୧ : ମେଡ଼ିକାଲରୁ ଘରକୁ ଫେରିଲେ ସୈଫ ଅଲ୍ଲୀ ଖାନ୍ । ସନ୍ଧ୍ୟା ୫ଟାରେ ନିଜ ପରିବାର ଲୋକଙ୍କ ସହ ହସ୍ପିଟାଲରୁ ଘରକୁ ଫେରିଛନ୍ତି ସୈଫ ଅଲ୍ଲୀ ଖାନ୍ । ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କୁ ଆଉ କିଛି ଦିନ ଆରାମ କରିବାକୁ ପଡିବ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି ।
ଡାକ୍ତରଙ୍କ କହିବା ଅନୁସାରେ ସୈଫଙ୍କ ଶରୀରରେ ୩ଟି ସ୍ଥାନରେ ଆହତ ହୋଇଥିଲା । ପିଠିରୁ ଅପରେସନ କରି ଛୁରି କଢାଯାଇଥିଲା । ଧିରେ ଧିରେ ସେ ସୁସ୍ଥ ହେବାରେ ଲାଗିଛନ୍ତି । ଅନ୍ୟପଟେ ତାଙ୍କ ଘରର ସୁରକ୍ଷା ବ୍ୟବସ୍ଥା ବଢାଇଦିଆଯାଇଛି ।