ନ୍ୟୁଜିଲାଣ୍ଡ ଆଗରେ ୨୫୦ରନର ଲକ୍ଷ୍ୟ ରଖିଲା ଭାରତ

ଦୁବାଇ,୨/୩ : ଆଇସିସି ଚାମ୍ପିୟନ୍ସ ଟ୍ରଫିର ମ୍ୟାଚରେ ନ୍ୟୁଜିଲାଣ୍ଡ ଆଗରେ ୨୫୦ ରନର ଲକ୍ଷ୍ୟ ରଖିଛି ଭାରତ । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ହିଁ ନିଜର ତାରକା ବ୍ୟାଟ୍ସମ୍ୟାନଙ୍କୁ ହରାଇ ସଂକଟରେ ପଡ଼ିଥିଲା ।

ରୋହିତ ଶର୍ମା ୧୫, ଶୁଭମନ ଗିଲ୍ ୨ ଓ ବିରାଟ କୋହଲି ୧୧ ରନ କରି ଆଉଟ ହେବା ପରେ ଭାରତର ସ୍କୋର ୩୦/୩ ହୋଇଯାଇଥିଲା । ତେବେ ଶ୍ରେୟସ ଆୟର ଓ ଅକ୍ଷର ପଟେଲଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ୍ ଦେଖାଯାଇଥିଲା । ଆୟର ୭୯ ରନ ଓ ଅକ୍ଷର ୪୨ ରନ କରି ଦଳକୁ ସଂକଟରୁ ଉଦ୍ଧାର କରିଥିଲେ । ସେହିପରି କେଏଲ ରାହୁଲ ୨୩ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୪୫ ରନ କରିଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ବିକେଟ ହରାଇ ୨୪୯ ରନ କରିଥିଲା ।

Leave a Reply

Your email address will not be published. Required fields are marked *