ନୂଆଦିଲ୍ଲୀ,୨୨/୩ : ଆଇପିଏଲ ୨୦୨୫ର ଓପନିଂ ସେରିମନି ଶାନଦାର ରହିଲା । କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଶନିବାର ଦିନ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଓପନିଂ ସେରିମନି ହୋଇଛି, ଏଥିରେ ଶ୍ରେୟା ଘୋଷାଲଙ୍କ ସମେତ ମନୋରଞ୍ଜନ ଦୁନିଆର ଷ୍ଟାରମାନେ ସାମିଲ ହୋଇଛନ୍ତି ।ଏହି ସେରିମନିର ସବୁଠୁ ଭଲ ଦୃଶ୍ୟ ଥିଲା ଯେତେବେଳେ ଷ୍ଟେଜରେ ଶାହରୁଖ ଖାନଙ୍କ ସହ ବିରାଟ କୋହଲି ଏବଂ ରିଙ୍କୁ ସିଂ ନାଚିଥିଲେ । ଇଡେନ ଗାର୍ଡେନ୍ସରେ ୧୮ମ ସଂସ୍କରଣର ଓପନିଂ ସେରିମନିର ଦାୟିତ୍ୱ ବଲିଉଡ ଷ୍ଟାର ଶାହରୁଖ ଖାନ ସମ୍ଭାଳିଛନ୍ତି । ସେ ଏହାର ଉଦଘାଟନ ମଧ୍ୟ କରିଛନ୍ତି । ଏହାପରେ ସୁପରହିଟ ସିଙ୍ଗର ଶ୍ରେୟାର ଘୋଷାଲ ଦମଦାର ଗୀତ ବୋଲିଛନ୍ତି ।
ଅଭିନେତ୍ରୀ ଦିଶା ପଟାନୀ ଡ୍ୟାନ୍ସର ଜଲୱା ଦେଖାଇଛନ୍ତି । ଏହାପରେ ପଞ୍ଜାବୀ ପପ ସିଙ୍ଗର କରଣ ଓଜଲା ମଧ୍ୟ ଫ୍ୟାନ୍ସକୁ ଏଣ୍ଟରଣ୍ଟେନ କରିଛନ୍ତି । ଯଦି ଐତିହାସିକ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଥିବା ହଜାର ହଜାର ଫ୍ୟାନ୍ସ ସବୁଠୁ ଅଧିକ ଖୁସି ନଜର ଆସିଛନ୍ତି, ଯେତେବେଳେ ଶାହରୁଖଙ୍କ ସହ ବିରାଟ ଏବଂ ରିଙ୍କୁ ପହଞ୍ଚିଛନ୍ତି । ଏହି ଦୁଇ ଖେଳାଳି ଓପନିଂ ସେରିମନିର ଷ୍ଟେଜରେ ଡ୍ୟାନ୍ସ କରିଛନ୍ତି ।
