ଆଜି କମ୍ପିବ ନୂଆପଡ଼ା । ୩ ଦଳ କରିବେ ଶକ୍ତି ପ୍ରଦର୍ଶନ । ଆସନ୍ତା ୨୦ ତାରିଖରେ ସରୁଛି ଉନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା । ତେଣୁ ଆସନ୍ତାକାଲି ଶୋଭାଯାତ୍ରାରେ ଯାଇ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଭରିବାର କାର୍ଯ୍ୟକ୍ରମ ରହିଛି ।
ସେହିପରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ପାୱାର ଦେଖାଇବାକୁ ରଣନୀତି କରିଛନ୍ତି । ନୂଆପଡ଼ାରେ କାଲିଠାରୁ ଆରମ୍ଭ ହେବ ଅସଲ ଲଢ଼େଇ । ପ୍ରଚାର ମଇଦାନରେ ମୁହାଁମୁହିଁ ହେବେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ।
ପ୍ରଚାର କରି ନିଜ ନିଜର ଦମ୍ ଦେଖାଇବେ ।ଦଳୀୟ ନେତା ଓ କର୍ମୀଙ୍କ ସହ ବିଶାଳ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ସେପଟେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଘରକୁ ଘର ବୁଲି ପ୍ରଚାର କରିବା ଆରମ୍ଭ କରିସାରିଲେଣି । ସେ ମଧ୍ୟ ବିଧିବଦ୍ଧ ଭାବେ ନାମାଙ୍କନ ଭରିବେ।
ତେବେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ଭାରିବେ କି ନାହିଁ , ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ହୁଏତ ରବିବାର ସ୍ନେହାଙ୍ଗିନୀ ନାମାଙ୍କନ ଭରି ପାରନ୍ତି । ତେବେ ସିଏ ବି ନୂଆପଡା ଯାଇ ବିଜେପି କଂଗ୍ରେସକୁ ଟକ୍କର ଦେବାକୁ କିଛି ଯୋଜନା କରୁଥିବା ଶୁଣିବାକୁ ମିଳୁଚି ।
