ଆଜି କ୍ରାଇମବ୍ରାଞ୍ଚର ହାଜର ହୋଇ ପାରନ୍ତି ଦୀପାଳି ଓ ବିଶାଲ ଦାସ

ଭୁବନେଶ୍ୱର, ୩/୩ : ନବ ଦାସ ହତ୍ୟା ମାମଲାରେ ପୁଣି ତନାଘନା କରିବ କ୍ରାଇମ୍‌ବ୍ରାଞ୍ଚ। ଆଜି କ୍ରାଇମ୍‌ବ୍ରାଞ୍ଚରେ ହାଜର ହୋଇପାରନ୍ତି ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସ। ଦୁଇ ଜଣଙ୍କୁ ମାର୍ଚ୍ଚ ପ୍ରଥମ ସପ୍ତାହରେ କୌଣସି ଦିନ ହାଜର ହେବା ପାଇଁ ନୋଟସ୍‌ କରାଯାଇଛି । ତେଣୁ ଆଜି ସେମାନେ ହାଜର ହେବେ ବୋଲି ସୂଚନା ମିଳିଛି।

କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନେଇ କୌଣସି ଆପତ୍ତି ଥିଲେ ବା କିଛି କହିବାର ଥିଲେ ସେମାନେ ଜଣାଇପାରିବେ ବୋଲି କୁହାଯାଇଛି ।ମାମଲାକୁ ସିବିଆଇ ତଦନ୍ତ କରୁ ବୋଲି ବୟାନବାଜି ଲାଗି ରହିଛି। ଏହାରି ଭିତରେ କ୍ରାଇମ୍‌ବ୍ରାଞ୍ଚ ନୋଟିସ୍‌ ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି।

Leave a Reply

Your email address will not be published. Required fields are marked *