ଭୁବନେଶ୍ୱର, ୬/୩ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନଜର ଏବେ ନବୀନଙ୍କ ରଙ୍ଗୀନ ଦୁନିଆ ଉପରେ l ଆମେ ଜାଣିଛେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଜୀବନଶୈଳୀ ଉପରେ l ଆପାତତଃ ସମସ୍ତେ ଏ କଥା ଜାଣିଛନ୍ତି l କାହାକୁ ଅଛପା ନୁହେଁ l ନବୀନ ଟିକେ ରଙ୍ଗୀନ ଦୁନିଆରେ ବଞ୍ଚିବାକୁ ପସନ୍ଦ କରନ୍ତି ପିଲାବେଳୁ l ମାତ୍ର ଓଡିଶା ଆସିବା ପରେ ତାଙ୍କର ବଦଳିଥିଲା ଚାଲି ଚଳନ l ଆଉ ଆରମ୍ଭ ହୋଇଥିଲା ନିରାଡ଼ମ୍ବର ଜୀବନ ଶୈଳୀ lନବୀନ ନେଟଫ୍ଲିକ୍ସରେ ସିନେମା ଦେଖିବା ହେଉ କି ମୃଦୁ ପାନୀୟ ଗ୍ରହଣ କରିବାକୁ ନେଇ ସବୁବେଳେ ଚର୍ଚ୍ଚା ରହିଥାଏ l ମାତ୍ର ଗତ କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଥା ଛଳରେ କହିଥିଲେ ଆମେ ଜାଣିଛେ ନବୀନ ବାବୁ ରାତି ହେଲେ ବାହାରନ୍ତି ନାହିଁ l ଏହା ସିଧା ସଳଖ ନ କହି କଥା ଛଳରେ ନବୀନଙ୍କ ସୌଖିନ ଜୀବନ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି lଏବେ ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ମୋହନଙ୍କ ନଜର ନବୀଙ୍କ ଆସର ଉପରେ l
ପ୍ରକାଶ ଯେ,ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ , ଆମେ ନବୀନଙ୍କୁ ଡାକିଥିଲୁ। ସେ ଆସିଲେ ନାହିଁ। ବିଧାନସଭାକୁ ମଧ୍ୟ ଡକାଯାଇଥିଲା। ସେଥିରେ ମଧ୍ୟ ଉପସ୍ଥିତ ରହିଲେ ନାହିଁ। ମୁଁ ଶୁଣିଥିଲି ସନ୍ଧ୍ୟା ସମୟ ହେଲେ ସେ ଆସନ୍ତି ନାହିଁ । ୨୦୨୦ ମସିହା ଠାରୁ ସନ୍ଧ୍ୟା ସମୟରେ ସେ କୁଆଡେ ଯାଆନ୍ତି ନାହାନ୍ତି । ସେଥିପାଇଁ ବୋଧେ ଆସିଲେ ନାହିଁ। କିନ୍ତୁ ସକାଳେ ବିଧାନସଭା ଆସିପାରିଥାନ୍ତେ । ଏ କାର୍ଯ୍ୟକ୍ରମକୁ ନେଇ ରାଜନୀତି କରିବା ଠିକ ନୁହେଁ ।